Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

କେନାଲ ଜବର ଦଖଲ: ଜଳ ସମ୍ପଦ ବିଭାଗ କୁମ୍ଭ ନିଦ୍ରାରେ - କେନ୍ଦ୍ରାପଡ଼ା ଜିଲ୍ଲା ଗୋବରୀ ଶାଖା କେନାଲକୁ ଜବର ଦଖଲ କରିବା ସହ କେନାଲ ପୋତି କେନାଲ ଉପରେ ସ୍ଥାୟୀ ଗୃହ ନିର୍ମାଣ ହେଉଥିବା ଅଭିଯୋଗ ।

 


22-APRIL-2022


📌


Published by Srinibash Rout in Odisha

କେନ୍ଦ୍ରାପଡ଼ା ଜିଲ୍ଲା ଡ୍ରେନେଜ ବିଭାଗ ଅଧୀନ ସହରର ଗୋବରୀ ଶାଖା କେନାଲ ଏବେ ଜମି ମାଫିଆଙ୍କ କବଳକୁ ଯାଇଛି ।କେନାଲକୁ ପୋତି ଏଠାରେ ଗୃହ ନିର୍ମାଣ ହେଉଛି । ଏପରି ଜବରଦଖଲ ଆସନ୍ତା ଚାଷ ପାଇଁ ସମସ୍ୟା ସୃଷ୍ଟି କରିବା ଆଶଙ୍କାରେ ସାମାଜିକ କର୍ମୀ ଉମେଶ ଚନ୍ଦ୍ର ପାଢ଼ୀ ଏକ ଲିଖିତ ଦାବିପତ୍ର ଏଡିଏମଙ୍କୁ ବୁଧବାର ୨୦ ତାରିଖ ପ୍ରଦାନ କରିଛନ୍ତି । 


ଏସମ୍ପର୍କରେ ପାଢ଼ୀ କହିଛନ୍ତି ଯେ, ଚାଷ ପାଇଁ କେନାଲର ମହତ୍ୱ ଅଧିକ ।ତେବେ ଗୋବରୀ ନଦୀ ଠାରୁ ବିଲ୍ୱେଶ୍ୱର ମନ୍ଦିର ନିକଟ ଦେଇ ଭରତପୁର ପର୍ଯ୍ୟନ୍ତ ଯାଇଥିବା ଶାଖା କେନାଲ ଏବେ ଜମି ମାଫିଆଙ୍କ ଜବରଦଖଲ କୁ ଯାଇଛି ।କେତେକ ବ୍ୟକ୍ତି ଏହି କେନାଲ ଉପରେ ଘର କରିଥିବା ବେଳେ ଏବେ ଏହି ଅଂଚଳରେ ଘର ନିର୍ମାଣ ଚାଲିଛି । କେନାଲର ପୁର୍ନଉଦ୍ଧାର ପାଇଁ ଡ୍ରେନେଜ ବିଭାଗର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଛି ।ଏହାସତ୍ତ୍ୱେ ସୁଫଳ ନ ମିଳିବାରୁ ଏଡିଏମଙ୍କ ମାଧ୍ୟମରେ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।ଏଥିରେ ସୁଫଳ ନ ମିଳିଲେ ସ୍ଥାନୀୟ ଚାଷୀ ଆନ୍ଦୋଳନ କରିବେ ବୋଲି ସେ ମତ ଦେଇଛନ୍ତି ।ଏସମ୍ପର୍କରେ ଏଡିଏମ ପିତାମ୍ବର ସାମଲ କହିଛନ୍ତି ଯେ, ଅଭିଯୋଗକୁ ଭିତ୍ତି କରି ତଦନ୍ତ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଡ୍ରେନେଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।



https://socialnewsodiaofficial.blogspot.com

Post a Comment

0 Comments