Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ମାଳିପୁର ଗ୍ରାମରୁ ଆସିଲା ଵଧୂହତ୍ୟାର ଅଭିଯୋଗ

 







୧୫-୦୧-୨୦୨୧
ସଞିତ ସାହୁ ଏବଂ ପ୍ରମୋଦ ଜେନାଙ୍କ ରିପୋର୍ଟ 

ଖବର ମୁତାବକ   ପଟ୍ଟାମୁଣ୍ଡାଇ ଥାନା ମାଳିସାହି ଗ୍ରାମର ସୁରେଶ ମଲ୍ଲିକଙ୍କ ପୁଅ ସରୋଜ ମଲ୍ଲିକ ୧ବର୍ଷ ପୂର୍ବେ ରାଜନଗର ବ୍ଲକ ସାନବଡଗୋପାଳପୁର ଅନ୍ତର୍ଗତ ମହୁଆ ଜଗନ୍ନାଥପୁର ଗ୍ରାମର   ବିଶ୍ବନାଥ ସେଠୀଙ୍କ  କଲେଜ ପଢୁଥିବା  ଝିଅ କରିସ୍ମା ସେଠୀଙ୍କୁ ଭଲ ପାଇବାର ଅଭିନୟ କରି ଏକତରଫା ପ୍ରେମକରି ଆସୁଥିଲା  ପରେ ପରେ ତାଙ୍କୁ ବିବାହ କରିବା ପାଇଁ ପ୍ରତିସୃତି ଦେଇ ଦୁଇଜଣ ପରସ୍ପର ବିବାହ କରିନେଇଥିଲେ । ଝିଅର ମା ଅଭିଯୋଗ ଏ ମଧ୍ୟ କରିଛନ୍ତି  ତାଙ୍କ ଝିଅକୁ ତାଙ୍କ ଶାଶୂ ଘର ଲୋକେ ହିଁ ତାକୁ ମାରିଛନ୍ତି  ।ଶାଶୂଙ୍କ କହିବା ମୁତାବକ ଗତକାଲି ରାତିରେ କରିସ୍ମା ନିଜ ନଣନ୍ଦଙ୍କ ସହ ଶୋଇଥିଲେ ଯାହା କରିସ୍ମାଙ୍କ ଶାଶୁ କହିଛନ୍ଥି । କିନ୍ତୁ ସକାଳ ହେଲାପରେ  ଦେଖିବାକୁ ପାଇଲେ କରିସ୍ମା ନିଜ ଓନି ସାହାର୍ଯ୍ୟ ଆତ୍ମହତ୍ୟା କରିଛି ! ଯାହା ଶାଶୁଙ୍କ କହିବା ମୁତାବକ ରାତିରେ ୧୦ଟା ରେ କରିସ୍ମା ଖାଇସାରି ବାସନ କୁସନ ଧୋଇ ଶୋଇଥିଲା !  ସକାଳେ ଝୁଲନ୍ତା ଶବ ଘର ବାରଣ୍ଡାରେ ମିଳିଥିଲା ! ଶାଶୁ ଘର ଲୋକ ଏ ବି କହିଛନ୍ତି କରିସ୍ମା ତାଙ୍କ ପୁଅଙ୍କ ସହ  ରାତିରେ କଥା ମଧ୍ୟ ହୋଇଥିଲା କିନ୍ତୁ ସକାଳେ ତାଙ୍କ ଶବ ଦେଖି ଶାଶୁ ଘର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ !  କିନ୍ତୁ ଅପରପକ୍ଷରେ ଝିଅର ମା ଅଭିଯୋଗ କରିଛନ୍ତି ତାଙ୍କ ଝିଅକୁ ତାଙ୍କ ଶାଶୂ ଘର ଲୋକେ ହିଁ ମାରିଦେଇଛନ୍ତି ।  ତାହା ସହ ମୃତ୍ୟୁ କରିସ୍ମାଙ୍କ ଦାଦା ଅଭିଯୋଗ କରିଛନ୍ତି ତାଙ୍କ ଶାଶୂ ଘର ଲୋକେ ହିଁ ମାରି  ଦେଇଛନ୍ତି ! ଏଠି ଗୋଟେ ପ୍ରଶ୍ନ ଉଠୁଛି ଭଲ ପାଇ ବାହା ହେବା କଣ ଭୁଲ୍ ?  ଭଲ ପାଇ ବିବାହ କଲେ କଣ ସେଇ ସମ୍ମାନ ମିଳେନି ଜାହା ଆରେଞ ମ୍ୟାରେଜ ମିଳେ ? ଦେଖିବାକୁ ବାକି ରହିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏହି  ଘଟଣାକୁ କିପରି କେଉଁ ଢଙ୍ଗରେ ଅନୁସନ୍ଧାନ କରି କରିସ୍ମାକୁ ନ୍ୟାୟ ଦେଉଛି ! ପଟ୍ଟାମୁଣ୍ଡାଇରୁ ସଞିତ ସାହୁ ଏବଂ   ରାଜନଗରୁ ପ୍ରମୋଦ ଜେନାଙ୍କ ରିପୋର୍ଟ SOCIAL NEWS ODIA



Post a Comment

0 Comments