Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପ୍ରବଚକ ପଣ୍ଡିତ ଚାରଣ ରାମଦାସ ଆଉ ନାହାନ୍ତି ଚାଲିଗଲେ ଆରପାରିକୁ; ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାରକ ଭାବେ ତାଙ୍କର ବେଶ୍‌ ଖ୍ୟାତି ରହିଥିଲା ।

 



25/05/2021


📌


EDITOR BY/- Srinibash Rout

୧୯୬୯ ମସିହା ମାର୍ଚ୍ଚ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ପ୍ରଖ୍ୟାତ ପ୍ରବଚକ ପଣ୍ଡିତ ଚାରଣ ରାମଦାସ ।ରାଜ୍ୟର ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ସେ ପ୍ରବଚନ ଦେଇଛନ୍ତି। ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ମଧ୍ୟ ସେ ମୁକ୍ୟବକ୍ତା ଭାବେ ଲୋକଙ୍କ ଭଗବତ୍ କଥା ଶୁଣାଇଛନ୍ତି ।ପ୍ରବଚକ ଭାବେ ସେ ପୁରପଲ୍ଲୀ ବୁଲି ମଧ୍ୟ ଜଗନ୍ନାଥ ପରମ୍ପରା ବର୍ଣ୍ଣନା କରିଛନ୍ତି। ତାଙ୍କର କଥା ଶୁଣିବାକୁ ଲୋକମାନେ ବେଶ ଆଗ୍ରହ ପ୍ରକାଶ କରିଥାନ୍ତି । ହେଲେ ଗତକାଲି ସଂଧ୍ୟା ସମୟରେ ଆର୍ଥିକ (୨୫/୦୫/୨୦୨୧) ମଙ୍ଗଳବାର ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। କିଛି ଦିନ ପୂର୍ବେ ସେ କରୋନା ସଂକ୍ରମିତ ହୋଇଥିଲେ। କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କିଛିଦିନ ତଳେ ଚିକିତ୍ସିତ ହେଉଥିଲେ। ସାମାନ୍ୟ ସୁସ୍ଥ ହେବା ପରେ ସେ ପୁରୀସ୍ଥିତ ରମାବଲ୍ଲଭ ରୋଡ୍‌ସ୍ଥିତ ନିଜ ବାସଭବନକୁ ଫେରି ହୋମ୍‌ ଆଇସୋଲେଶନରେ ଥିଲେ। ପରେ ପୁଣି ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ସ୍ଥାନୀୟ କୋଭିଡ୍‌ ହସ୍ପିଟାଲ ଆଇଡିଏଚ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଫୁସଫୁସ୍ ସଂକ୍ରମଣ ହେବାରୁ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିଥିଲା।  ହେଲେ  ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଆଜି ମଙ୍ଗଳବାର (୨୬/୦୫/୨୦୨୧)  ତାଙ୍କର ଶେଷକୃତ୍ୟ ହେବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।




WWW.SOCIALNEWSODIA.INFO

Post a Comment

0 Comments