14/01/2021
ବରଗଡ଼ 📍
Editor by/- Srinibash Rout
ପଶ୍ଚିମାଞ୍ଚଳ ର ନୃସିଂହନାଥ, ହରିଶଙ୍କର,ପାପକ୍ଷୟ ଘାଟ ଏପରିକି ଓଡ଼ିଶା ର ଦ୍ୱିତୀୟ ମନ୍ଦିରମାଳିନୀ ସହର ଭାବେ ବେଶ ସୁପରିଚିତ ସୁବର୍ଣ୍ଣପୁର ରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମକର ସଂକ୍ରାନ୍ତୀ ପାଇଁ ବେଶ ଚଳଚଞ୍ଚଳ ହୋଇଛି lବରଗଡ ଜିଲ୍ଲା ପଦ୍ମପୁର ସବଡ଼ିଭିଜନ ଅନ୍ତର୍ଗତ ପାଇକମାଲ ବ୍କକ ଘେରି ରହିଥିବା ଗନ୍ଧମାର୍ଦ୍ଦନ ପର୍ବତ ପାଦ ଦେଶରେ ରେ ଥିବା ବାବା ଶ୍ରୀଶ୍ରୀ ନୃସିଂହନାଥ ପୀଠ ରେ ରାତ୍ର ୪ ଟାରୁ ମକର ବୁଡ଼ ପକାଇବାପାଇଁ ନିକଟସ୍ଥ ଛତିଶଗଡ଼ ରାଜ୍ୟ ତଥା ଓଡ଼ିଶା ରାଜ୍ୟ ରୁ ହଜାର ହଜାର ଶ୍ରଧାଳୁ ଭକ୍ତ ଙ୍କ ଭିଡ ହୋଇଥିଲା lଦିର୍ଘ ଦିନ ର ବ୍ୟବଧାନ ପରେ ମନ୍ଦିର ଖୋଲିବା ନେଇ ଶ୍ରଧାଳୁ ଙ୍କ ଭିତରେ ଅହେତୁକ ଆନନ୍ଦ,ଉତ୍ସାହ ଦେଖିବା ସହ ସରକାର ଙ୍କ କୋଭିଡ ନିୟମ କୁ ଅନେକ ପାଳନ କରୁଥିଲେ l ଭୋର ରୁ ମନ୍ଦିର ର ପୂଜକମାନେ ପ୍ରଭୁ ନୃସିଂହନାଥ ବାବା ଙ୍କୁ ପୂଜାର୍ଚ୍ଚନା ରିତିନୀତି ଅନୁସାରେ ସମ୍ପର୍ଣ୍ଣ କରି ଠାକୁର ଙ୍କ ଠାରେ ଭୋଗ ଲାଗି କରିଥିଲେ ମକର ଚାଉଳ, ଏଥିସହିତ ଖେଚଡ଼ି ଭୋଗ lମକର ସଂକ୍ରାନ୍ତି ଦିନ ଖେଚୁଡ଼ି ସହ ମକର ଚାଉଳ ଖାଇଲେ ଅତ୍ୟନ୍ତ ଶୁଭ ଓ ମଙ୍ଗଳ ହୁଏ ବୋଲି ଲୋକ ଙ୍କ ମତ lତେଣୁ ଠାକୁର ଙ୍କୁ ଲାଗି ହୋଇଥିବା ଏହି ଭୋଗ ପ୍ରସାଦ ପାଇବା ପାଇଁ ଭକ୍ତ ଙ୍କ ପ୍ରବଳ ସମାଗମ ହୁଏ lସମସ୍ତ ଭକ୍ତ ମାନଙ୍କୁ ମୁଖ୍ୟଗେଟ ଠାରୁ ସେନିଟ୍ରାଇଜର କରାଯାଇ ପରୀକ୍ଷା ନିରିକ୍ଷା ପରେ ଲମ୍ବାଧାଡ଼ି କୋଭିଡ ନିୟମାନୁସାରେ ଠାକୁର ଦର୍ଶନ ପାଇଁ ଛଡାଯାଉଥିଲା lପ୍ରାୟ ୧୦ ମାସ ପରେ ଭକ୍ତ ମାନେ ଭାବ ବିହ୍ୱଳ ହୋଇ ଭଗବାନ ନୃସିଂହନାଥ ଠାକୁର ଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଥିଲେ lଗତ ତା-୬.୧.୨୦୨୧ ଦିନ ଯଦିବା ମନ୍ଦିର ଖୋଲାଯାଇଥିଲା କଟକଣା ମଧ୍ୟରେ କେବଳ ୭ ଦିନ ବରଗଡ ଜିଲ୍ଲାର ଶ୍ରଧାଳୁ ଭକ୍ତ ମାନଙ୍କ ଆଧାର କାର୍ଡ ଦେଖାଇଲେ ଦର୍ଶନ ମିଳୁଥିଲା କିନ୍ତୁ ୧୨.୧.୨୦୨୧ ଦିନ ପ୍ରଶାସନ ତରଫରୁ ଏକ ଜରୁରୀ ବୈଠକ ବସି ବିଚାର ବିମର୍ଷ କରି ମକର ସଂକ୍ରାନ୍ତି ଦିନରୁ ସମସ୍ତ ଭକ୍ତ ଙ୍କ ପାଇ ଠାକୁର ଦର୍ଶନ ସାର୍ବଜନୀନ କରାଯାଇଛି lକେବଳ କୁଳୁକୁଳୁ ନାଦରେ ଅନବରତ ପାହାଡ ରୁ ଝରି ଆସୁଥିବା ଝରଣା ରେ ସ୍ନାନ ବର୍ତ୍ତମାନ ସୁଦ୍ଧା କଟକଣା ରହିଛି lଲୋକ ଙ୍କ ଭିଡ଼ ଯୋଗୁଁ ଦୋକାନୀ ଭାଇ ମାନେ ମଧ୍ଯ ଦୁଇପଇସା ରୋଜଗାର କରିବେ ବୋଲି ଆଶା ବାନ୍ଧିଛନ୍ତି ।
0 Comments