11/01/2021
Editor by/- Srinibash Rout
ଗୋଟିଏ ପଟେ କେନ୍ଦ୍ର ସରକାର ଦେଶର କୃଷକମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ଯୋଜନା ପରେ ଯୋଜନା ପ୍ରଣୟନ କରି ଯୋଜନାର ସଫଳ ରୂପାୟନ ପାଇଁ ରାଜକୋଷରୁ ହଜାର ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରିବାରେ ଲାଗିଛନ୍ତି ! ମାତ୍ର ସେସବୁ ଯୋଜନାର ପ୍ରକୃତ ଲାଭ ବାସ୍ତବରେ ଧାର୍ଯ୍ୟ ଲକ୍ଷ୍ୟ ବ୍ୟକ୍ତି ନିକଟରେ ପହଞ୍ଚିବାରେ ରାଜ୍ୟ ସରକାର ମାନଙ୍କର ଖାମଖିଆଲି ମନୋଭାବ ହିଁ ବାଧକ ସାଜୁଛି ! ଏବେ ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ତଥ୍ୟ ଅନୁସାରେ କେନ୍ଦ୍ର ସରକାର ୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ କୃଷକ ମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ନିମନ୍ତେ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ! ଏହି ଯୋଜନାରେ ରାଜ୍ୟ ସରକାର ଯେଉଁମାନଙ୍କୁ କୃଷକ ବୋଲି କହି କେନ୍ଦ୍ରକୁ ତାଲିକା ଦେଇଥିଲେ ଓ ସେହି ଯେଉଁ ତାଲିକା ଆଧାରରେ ଯେଉଁମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ କେନ୍ଦ୍ର ସରକାର ପ୍ରତି ୪ ମାସରେ ୨ ହଜାର ଟଙ୍କା ଅର୍ଥାତ୍ ବର୍ଷକୁ ୬ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପୈଠ କରି ଚାଲିଛନ୍ତି କରାଯାଉଛି ! ପ୍ରଦାନ କରୁଛନ୍ତି ସମଗ୍ର ଦେଶରେ ତନ୍ମଧ୍ୟରୁ ୨୦ ଲକ୍ଷ ୪୮ ହଜାର ଅଯୋଗ୍ୟ ହିତାଧିକାରୀ ହିଁ ରହିଛନ୍ତି ବୋଲିି ଅନୁସନ୍ଧାନରୁ ଜଣାପଡିଛି ! ଏଭଳି ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଇତିମଧ୍ୟରେ କେନ୍ଦ୍ର ଅର୍ଥକୋଷରୁ ପ୍ରାୟ ୧୩୬୪ କୋଟି ଟଙ୍କା ଗଲାଣି ବୋଲିି କେନ୍ଦ୍ର କୃଷି ମନ୍ତ୍ରଣାଳୟ ହିଁ ପ୍ରଦାନ କରିଥିବା ସୂଚନାରୁ ଜଣାପଡ଼ିଛି ! ଏହି ସୂଚନା ଅନୁଯାୟୀ ସେଭଳି ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୫୫.୫୮ ପ୍ରତିଶତ ଆୟକର ଦାତା ଶ୍ରେଣୀଭୂକ୍ତ ଅଟନ୍ତି ଏବଂ ୪୪.୪୧ ପ୍ରତିଶତ ଆବଶ୍ୟକ ଯୋଗ୍ୟତା ପୂରଣ କରୁନଥିବା ଅଯୋଗ୍ୟ ବ୍ୟକ୍ତି ହିଁ ହିତାଧିକାରୀ ହୋଇ ସହାୟତା ରାଶି ଗ୍ରହଣ କରି ଆସୁଛନ୍ତି ! ଅନ୍ୟପକ୍ଷରେ କୃଷି ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ରିପୋର୍ଟରେ କୁହାଯାଇଛି ଯେ ଯେଉଁ ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଏହି ସହାୟତା ରାଶି ଯାଇଛି ସେମାନଙ୍କଠାରୁ ସେହି ସହାୟତା ରାଶି ଫେରସ୍ତ ଅଣାଯିବା ପ୍ରକ୍ରିୟା ଏବେ ଆରମ୍ଭ ହୋଇ ଯାଇଛି ! ଓଡ଼ିଶା ସରକାର ଯୋଜନାର ଆବଶ୍ୟକ ଯୋଗ୍ୟତା ପୂରଣ କରୁଥିବା ପ୍ରକୃତ ହିତାଧିକାରୀ ମାନଙ୍କୁ ବାଦ୍ ଦେଇ ଭୋଟ୍ ହାତେଇବାକୁ ପ୍ରିୟାପ୍ରୀତି କରି କାଳିଆ ଯୋଜନା ପରି ଯୋଗ୍ୟତା ପୂରଣ କରୁନଥିବା ଯେଉଁ ଅଯୋଗ୍ୟ ବ୍ୟକ୍ତିମାନଙ୍କ ତାଲିକା କେନ୍ଦ୍ରକୁ ଦେଇଥିଲେ ଏବେ ସେମାନଙ୍କୁ ବାଦ୍ ଦେଇ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଯୋଜନାର ଲାଭ ପହଞ୍ଚାଇବାକୁ ପଦକ୍ଷେପ ଗ୍ରହଣ କରନ୍ତୁ ! ଯେଉଁମାନେ କେନ୍ଦ୍ର ସରକାର କୃଷି ଓ କୃଷକ ମାନଙ୍କ ପାଇଁ ଲାଗୁ କରିଥିବା ଆଇନକୁ ବିରୋଧ କରୁଛନ୍ତି ସେମାନେ ଏବେ ଏହା ଉପରେ ଆନ୍ଦୋଳନ କରୁନାହାନ୍ତି କାହିଁକି ?
0 Comments