Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଆଜିର ଅନୁଚିନ୍ତା ସାଧୁବାଣୀ ।

 


23/01/2021


Editor by/- Srinibash Rout

( ୧ )କଳା ପେଚା ଘର ଉପରେ ବସିଲେ ଅଶୁଭ ସୁଚନା ମିଳିଥାଏ।


( ୨ )ପକ୍ଷୀ ଫଳ ଖାଇ ଘର ଉପରେ ପକାଇଲେ ଭଲ ସମୟର ସୁଚନା      

       ମିଳେ।


( ୩ )ମନ୍ଦିରରେ ଦେବତା ପୂର୍ବମୁଖା ଓ ଘରର ଠାକୁର ପଶ୍ଚିମ ମୁଖା*

       ହୋଇଥିଲେ ଶୁଭ ହୋଇଥାଏ।


( ୪ )ଟଙ୍କା ଗଣିଲା ବେଳେ କେବି ଛେପ ମାରନ୍ତୁ ନାହିଁ। ଏହା ଅଶୁଭ     

       ହୋଇଥାଏ।


( ୫ )ଜନ୍ମ ମାସ ଜନ୍ମ ସମୟ ଓ ଜନ୍ମ ନକ୍ଷତ୍ରରେ ପୁଅ କିମ୍ବା ଝିଅର    

       ବାହାଘର କଲେ ଅଶୁଭ ହୋଇଥାଏ।


( ୬ )ଭୋଜନ କରିବା ସମୟରେ ଗାମୁଛା କିମ୍ବା ଟୋପି ମୁଣ୍ଡରେ ପିନ୍ଧନ୍ତୁ  

        ନାହିଁ।


( ୭ )ଛିଣ୍ଡି ଯାଇଥିବା ମୋନିପୋର୍ସ କେବେ ହେଲେ ପାଖରେ ରଖନ୍ତୁ 

       ନାହିଁ। କିମ୍ବା ନୋଟକୁ ମୋଡି ଭାଙ୍ଗି ରଖନ୍ତୁ ନାହିଁ।


( ୮ )ରାତିରେ କେବେବି ମୁଣ୍ଡ କୁଣ୍ଡାନ୍ତୁ ନାହିଁ। କିମ୍ବା ନଖ ଦାନ୍ତରେ ଛିଣ୍ଡାନ୍ତୁ  

        ନାହିଁ।


( ୯ )ବାସନ ମାଜିବା ସମୟରେ ବାସନର ଶବ୍ଦ ଅଧିକ ହେଲେ ଅଶୁଭ    

        ହୋଇଥାଏ।


( ୧୦ )ପ୍ରତି ଶୁକ୍ରବାର ଦିନ ରାତିରେ ମିଠା ଖାଦ୍ୟ ଖାଇଲେ ଶୁଭ 

         ହୋଇଥାଏ।


( ୧୧ )ରାତିରେ ଶୋଇବା ବେଳେ ଦର୍ପଣ ଘୋଡାଇ ରଖିଲେ ଶୁଭ  

          ହୋଇଥାଏ।


( ୧୨ )ବିଛା ଦେଖିଲେ ବହୁତ ଶୁଭ ହୋଇଥାଏ। ଏବଂ ବିଛାକୁ କେବେବି   

         ମାରନ୍ତୁ ନାହିଁ।


( ୧୩ )ରାତିରେ ଛାଞ୍ଚୁଣୀ ଧରି ଘର ଓଳାନ୍ତୁ ନାହିଁ। ଏବଂ ଅଳିଆକୁ  

          ରାତିରେ ବାହାରେ ପକାନ୍ତୁ ନାହିଁ।


( ୧୪ )ଠାକୁର ଘରେ ପ୍ରତିଦିନ ଝୁଣା, ଧୂପ କିମ୍ବା କର୍ପୁର ଧୂପ ଦେଲେ 

          ଅଶୁଭ ଦୂରେଇ ଯାଏ।


( ୧୫ )ପିଲାଙ୍କ ସ୍ମରଣଶକ୍ତି ବୃଦ୍ଧି ପାଇଁ କଂସା ଗ୍ଲାସରେ ପାଣି ପିଆନ୍ତୁ।   

         ଏବଂ କଂସା ପାତ୍ରରେ ଖାଦ୍ୟ ଦିଅନ୍ତୁ।


( ୧୬ )ସୂର୍ଯ୍ୟ ଉଦୟ ସମୟରେ ଘରର ପୂର୍ବ କିମ୍ବା ପଶ୍ଚିମରେ କାଉ 

          ବୁବାଇଲେ ଶୁଭ ହୋଇଥାଏ।


( ୧୭ )ମନ୍ଦିରକୁ ଗଲେ ପ୍ରଥମେ ବାହାନକୁ ମୁଣ୍ଡିଆ ମାରନ୍ତୁ ତାପରେ 

          ଠାକୁରଙ୍କୁ ମୁଣ୍ଡିଆ ମାରନ୍ତୁ।ଦୀପ ତଳେ ଅରୁଆ ଚାଉଳ ଏବଂ ଦୁବ 

          ରଖି ଦୀପ ଲଗାନ୍ତୁ।


( ୧୮ )ଶନିବାର ଏବଂ ମଙ୍ଗଳବାର ରାଶି ତେଲରେ ଦୀପ ଜାଳନ୍ତୁ।ବାକି  

          ଦିନ ଘିଅ ଦୀପ ଜାଳନ୍ତୁ।

Post a Comment

0 Comments