Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଜାରି ରହିଛି ନବମ ପର୍ୟ୍ୟାୟ ଆଲୋଚନା : ଆଲୋଚନାରୁ ବାହାରିବକି ସମାଧାନ ।

 


୧୫/୦୧/୨୦୨୧


Editor by/- Srinibash Rout

ନୂଆଦିଲ୍ଲୀଠାରେ ବିବାଦୀୟ କୃଷିଆଇନକୁ କୃଷକ ସଂଗଠନ ନେତା ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଜାରି ରହିଛି ନବମ ପର୍ୟ୍ୟାୟ ଆଲୋଚନା ।  ୪୦ ଘଣ୍ଟା ରୁ ଅଧିକ ସମୟ ଧରି  ଜାରି ରହିଛି ଆଲୋଚନା . ତେବେ ଏହି ଆଲୋଚନାରୁ ସମାଧାନ ବାହାରିବକି ନାହିଁ ଅପେକ୍ଷା ରହିଛି . ଏହି ଆଲୋଚନାରେ ଦିଲ୍ଲୀରେ ଆନ୍ଦୋଳନରତ ଚାଷୀମାନେ ୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସ ପରେଡରେ ଟ୍ରାକ୍ଟର ପଶେଇବେ ବୋଲି କହିଛନ୍ତି ।  କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ ସରକାର ଖୋଲା ମନରେ କୃଷକଙ୍କ ନେତାଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଏବଂ ସକରାତ୍ମକ ଆଲୋଚନା ପାଇଁ ଆଶା ରଖିଛନ୍ତି ।

ଅନ୍ୟ ପକ୍ଷରେ ସୁପ୍ରିମକୋର୍ଟ ମଙ୍ଗଳବାର ତିନୋଟି କୃଷି ଆଇନର କାର୍ୟ୍ୟକାରିତାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏହି ଆଲୋଚନା ସୁପ୍ରିମକୋର୍ଟଙ୍କ ୪ ସଦସୀୟ କମିଟି ଗଠନ ପରେ ଆୟୋଜିତ ହେଉଛି ।  ଅନ୍ୟପକ୍ଷରେ କେନ୍ଦ୍ର କୃଷିମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କ ସହ ଚାଷୀ ପ୍ରତିନିଧିଙ୍କ ଆଲୋଚନାରେ ସରକାର ଆଇନ ପ୍ରତ୍ୟାହାର କରିବେନି ବୋଲି ସଫାସଫା ଶୁଣେଇଛନ୍ତି। ଏଥିରେ କୃଷକ ନେତାଙ୍କୁ ଆଇନରେ ଯାହା ସଂଶୋଧନ ଲାଗି ପରାମର୍ଶ ଦେବାକୁ ଦୁଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ।


WWW.SOCIALNEWSODIA.INFO

Post a Comment

0 Comments