Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଜାନୁଆରୀ ୧୫ ତାରିଖ ଭାରତୀୟ ସ୍ଥଳସେନାର ୭୩ତମ ପ୍ରତିଷ୍ଠା ଦିବସ ।

 


15/01/2021


Editor by/- Srinibash Rout

ଜାନୁଆରୀ ୧୫ ତାରିଖ ଭାରତୀୟ ସ୍ଥଳସେନାର ୭୩ତମ ପ୍ରତିଷ୍ଠା ଦିବସ । ଏହି  ଅବସରରେ ସେନା ମୁଖ୍ୟ ଏମ୍‌. ଏମ୍‌. ନରଓ୍ଵଣେ କର୍ତ୍ତବ୍ୟରେ ଥାଇ ସହିଦ ହୋଇଥିବା ଯବାନମାନଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ, ବାସ୍ତବ ନିୟନ୍ତ୍ରଣ ରେଖା ବିବାଦରେ ତ୍ୱରିତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।


ସେହିପରି ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନା ଦିବସର ଶୁଭକାମନା ଜଣାଇଛନ୍ତି । ୧୯୪୯ ମସିହା ଆଜିର ଦିନରେ ଭାରତୀୟ ସେନାର ପ୍ରଥମ କମାଣ୍ଡର୍‌-ଇନ୍‌-ଚିଫ୍‌ ଭାବେ ଜେନେରାଲ୍‌ କେଏମ୍‌ କାରିପ୍ପା ଭାରତର ଶେଷ ବ୍ରିଟସ୍‌ କମାଣ୍ଡର୍‌-ଇନ୍‌-ଚିଫ୍‌ ସାର୍‌ ଫ୍ରାନ୍‌ସିସ୍‌ ବଚର୍‌ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ସେହି ଦିନ ଠାରୁ ଜାନୁଆରି ୧୫ ତାରିଖକୁ ‘ସେନା ଦିବସ’ ଭାବେ ପାଳନ କରାଯାଉଛି।


WWW.SOCIALNEWSODIA.INFO

Post a Comment

0 Comments