15/01/2021


Editor by/- Srinibash Rout

ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ଭାବେ ପାଳିତ ହେଉଥିବା ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ। ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ, ହିନ୍ଦୁମାନେ ପୂଜାର୍ଚ୍ଚନା କରନ୍ତି। ସଂକ୍ରାନ୍ତି ଦିନ ଦେବଦେବୀଙ୍କ ପାଖେ ହୋମ କରି ମାସଟି ଶୁଭରେ କଟିବା ପାଇଁ ପ୍ରାର୍ଥନା କରାଯିବା ସହ ଏହି ସଂକ୍ରାନ୍ତି ସମୟକୁ ଓଡ଼ିଶାରେ ଧାନ, ଆଖୁ ଇତ୍ୟାଦି ନୂଆ ଫସଲ ଅମଳ ସରିଯାଏ। ଅରୁଆ ଚାଉଳ, ନୂଆ ଗୁଡ଼, ଛେନା, କଦଳୀ, ଘିଅ, ଦୁଧ ଇତ୍ୟାଦି ଦେଇ ଏକ ସୁମିଷ୍ଟ ଭୋଗ ଏଇଦିନ ପ୍ରସ୍ତୁତ କରି ଦେବଦେବୀଙ୍କ ପାଖେ ଭୋଗ ଅର୍ପଣ କରାଯାଏ। ‘ମକର ଚାଉଳ’ ଭାବେ ଜଣାଯାଉଥିବା ଏହି ଭୋଗର ବୈଶିଷ୍ଟ୍ୟ ହେଲା ଠାକୁରଙ୍କ ପାଖେ ଭୋଗ ସହ ପଡ଼ୋଶୀ ଲୋକଙ୍କୁ ଆନନ୍ଦରେ ବାଣ୍ଟିବା। କେତେକ ଅଞ୍ଚଳରେ ମକର ସଂକ୍ରାନ୍ତିରେ ବୁଡ଼ ପକାଇବାର ବିଧି ରହିଛି।