୧୩/୦୧/୨୦୨୧
ଧାମନଗର📍
Editor by/- Srinibash Rout
ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ଗତ ୮ ତାରିଖଠାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ହାଇସ୍କୁଲ ଖୋଲିଛି। ପିଲାମାନେ ୧୦୦ ଦିନ କ୍ଲାସ କରିବା ପରେ ପରୀକ୍ଷା ଦେବା ପାଇଁ ନିଷ୍ପତ୍ତି ହୋଇଛି। ମାତ୍ର ସରକାରୀ ସ୍କୁଲମାନଙ୍କରେ ଶିକ୍ଷକ ଅଭାବ ସାଙ୍ଗକୁ ଶିକ୍ଷାଦାନ ବ୍ୟାହତ ଯୋଗୁ ଛାତ୍ରୀଛାତ୍ର ତଥା ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି।
ଧାମନଗର ବ୍ଲକ ଦେହୁଡ଼ି ଆନନ୍ଦପୁର ପଞ୍ଚାୟତର ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରିଛି। ଏହି ବିଦ୍ୟାଳୟଟି ଜଣେ ମାତ୍ର ହିନ୍ଦୀ ଶିକ୍ଷକରେ ଚାଲିଛି। ବିଦ୍ୟାଳୟରେ ୨ଜଣ ଶିକ୍ଷକ ଥିଲେ। ଇଂଲିଶ ଶିକ୍ଷକ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି। ଜଣେ ହିନ୍ଦୀ ଶିକ୍ଷକ କିଭଳି ପାଠ ପଢ଼ାଇବେ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସ୍କୁଲର ଦଶମ ଶ୍ରେଣୀରେ ୭୩ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏଠାରେ ବିଶେଷ କରି ଗଣିତ, ବିଜ୍ଞାନ,ସଂସ୍କୃତ,ଇଂରାଜୀ,ଓଡ଼ିଆ ଭଳି ବିଷୟ ଭିତ୍ତିକ ଶିକ୍ଷକ ନାହାନ୍ତି। ଏନେଇ ଅଭିଭାବକମାନେ ବିଭିନ୍ନ ସମୟରେ ଶିକ୍ଷା ବିଭାଗକୁ ଅବଗତ କରିଥିଲେ ମଧ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେବା କ୍ଷୋଭର ବିଷୟ ପାଲଟିଛି। ପୂର୍ବରୁ ଏହି ବିଦ୍ୟାଳୟରେ ଭଲ ପାଠପଢ଼ା ହେଉଥିବାରୁ ଆନନ୍ଦପୁର ପଞ୍ଚାୟତ ସମେତ ନିକଟସ୍ଥ ଖଡ଼ିପଦା ପଞ୍ଚାୟତ ଓ ଭଣ୍ଡାରିପୋଖରୀ ବ୍ଲକ ଅଧୀନ ସଠଗାଁ,ବିରୋଳି,ଦାଣ୍ଡକୁଳ,ତିଖିଲିଆ ଗ୍ରାମର ଛାତ୍ରୀଛାତ୍ର ନାମ ଲେଖାଇଥିଲେ। ଶିକ୍ଷକ ଅଭାବ ଯୋଗୁ ସେଠାରେ ଥିବା ନୋଡାଲ ବିଦ୍ୟାଳୟର କେତେକ ଶିକ୍ଷକ ପାଞ୍ଚ ଦିନ ହେଲା ମାଟ୍ରିକ ପିଲାଙ୍କୁ ପାଠ ପଢ଼ାଉଛନ୍ତିି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ପୀତାମ୍ବର ବାରିକଙ୍କୁ ପଚାରିବାରୁ ଦୁୁୁଇ ଦିନ ମଧ୍ୟରେ ଉକ୍ତ ବିଦ୍ୟାଳୟକୁ ଶିକ୍ଷକ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି।
0 Comments