Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ମମତାର ସ୍ନେହ ଭୁଲିଗଲା ପୁଅ, ମା’କୁ ହାତୁଡିରେ ପିଟି ପିଟି କଲା ହତ୍ୟା ।

 


20/01/2021


ସାନଖେମୁଣ୍ଡି/ଗଞ୍ଜାମ 📍


Editor by/- Srinibash Rout

ରାଗ ଆଗରେ ଫିକା ପଡିଗଲା ମାର ମମତା । ନିଜ ଜନ୍ମକଲା ମାକୁ ପିଟି ପିଟି ହତ୍ୟା କରିଛି ପୁଅ । ଯେଉଁ ପୁଅ ପାଇଁ ଅନେକ ଯନ୍ତ୍ରଣା ସହିଥିଲା ମାଆ । ଆଜି ସେହି ମାଆକୁ ପିଟି ପିଟି ହତ୍ୟା କରି ଦେଇଛି ପୁଅ । କ୍ଷଣିକେ ପାଇଁ ବି ଭାବିଲାନିଁ ମାଆର ସ୍ନେହ ଓ ମମତା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଣପଲ୍ଲୀ ଗାଁରେ ଏପରି ଏକ ଘଟଣା ଘଟିଯାଇଛି । ନିଜ ଜନ୍ମକଲା ମାଆକୁ ପିଟି ପିଟି ହତ୍ୟା କରିଦେଇଛି ପୁଅ ।


ଖବର ଅନୁଯାୟୀ,  ପୂର୍ବରୁ ଅନେକ ସମୟରେ ମାଆ ଓ ପୁଅଙ୍କ ମଧ୍ୟରେ ଝଗଡା ଲାଗୁଥିଲା । ଏପିରିକି ପୁଅର  ମଦ ପିଇବାକୁ ନେଇ ବାରମ୍ବାର ମାଆ ଝଗଡ଼ା ଲାଗୁଥିଲା । ମା ଯେତେ ଆକଟ କରୁଥିବା କି ବାରଣ କରୁଥିଲେ ବି ପୁଅ ଶୁଣିବାକୁ ନାରାଜ ଥିଲା । ଶେଷରେ ମଙ୍ଗଳବାର ( ୧୯/୦୧/୨୦୨୧) ରାତିରେ ମଦ ପିଇବାକୁ ନେଇ ମା-ପୁଅଙ୍କ ମଧ୍ୟରେ ଝଗଡ଼ା ଲାଗିଲା । ଅନେକ ସମୟ ଧରି ଏପରି ଝଗଡା ଲାଗିରହିଥିଲା । ଶେଷରେ ପୁଅ ରାଗିଯାଇ ହାତୁଡିରେ ମାକୁ ଆକ୍ରମଣ କରିଥିଲା । ଯେଉଁଥିରେ ମା ଆହତ ହୋଇଥିଲେ । ଏତିକିରେ ପୁଅର ରାଗ ଶାନ୍ତି ହୋଇନଥିଲା । ହାତୁଡିରେ ପିଟିପିଟି ମାଆକୁ ହତ୍ୟା କରିଦେଇଛି ପୁଅ । ମୃତକ ସରସ୍ୱତୀ ପଲେଇ । ହତ୍ୟା କାଣ୍ଡ ସଂପର୍କରେ ପୋଲିସକୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଅଭିଯୁକ୍ତ ପୁଅ ସନ୍ନ୍ୟାସୀ ପଲେଇ ବୋଲି ଜଣାପଡିଛି ।


WWW.SOCIALNEWSODIA.INFO

Post a Comment

0 Comments