19/01/2021


ନୂଆଦିଲ୍ଲୀ📍


Editor by/- Srinibash Rout

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ୍‌ ଉପରେ ପ୍ରତିବନ୍ଧକ ଲାଗିଛି। ଫଳରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟୁଇଟର ଆକାଉଣ୍ଟରେ ସର୍ବାଧିକ ଫଲୋଅର୍ସ ରହିବା ସହ ସେ ପୃଥିବୀର ଏକ ନମ୍ବର ସକ୍ରିୟ ରାଜନେତା ପାଲଟି ଯାଇଛନ୍ତି। ବର୍ତ୍ତମାନ ମୋଦିଙ୍କ ଟୁଇଟର ପେଜର ଫଲୋଅର୍ସଙ୍କ ସଂଖ୍ୟା ୬ କୋଟି ୪୭ ଲକ୍ଷ ରହିଛି। ଏହି ସମୟରେ ଟ୍ରମ୍ପଙ୍କର ଫଲୋଅର୍ସ ସଂଖ୍ୟା ୮ କୋଟି ୮୭ ଲକ୍ଷ ରହିଥିଲା। ଦେଶ ବିରୋଧୀ ଓ ସୋସିଆଲ ମିଡିଆର ନିୟମାବଳୀ ଯୋଗୁ ତାଙ୍କ ଆକାଉଣ୍ଟ ବନ୍ଦ କରାଯାଇଛି। ସେଥିପାଇଁ ମୋଦି ଟ୍ରମ୍ପଙ୍କୁ ପଛରେ ପକାଇ ଏକ ନମ୍ବର ହୋଇଯାଇଛନ୍ତି। ଏହା ପୂର୍ବରୁ ମୋଦି ଫଲୋଅର୍ସ ସଂଖ୍ୟାରେ ସକ୍ରିୟ ରାଜନେତା ଭାବେ ଦ୍ୱିତୀୟ ସ୍ଥାନରେ ରହିଥିଲେ।


WWW.SOCIALNEWSODIA.INFO