04/01/2020
ଗଜପତି/ପାରଳାଖେମୁଣ୍ଡି 📍
Editor by/- Srinibash Rout
ସେଂଚୁରିୟାନ୍ ପବ୍ଲିକ ସ୍କୁଲର ଯୁକ୍ତ ଦୁଇ ଛାତ୍ରୀ ପ୍ରିୟଙ୍କା ସାହୁ ଗ୍ଲିଟର୍ସ ପାଜିଏଣ୍ଟ ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ପ୍ରଥମ ରନର୍ସ ହେବାର ବିରଳ କ୍ରୁତିତ୍ୱ ହାସଲ କରିଛନ୍ତି ।
ପାରଳାଖେମୁଣ୍ଡି ରାଜଦାଣ୍ଡସାହିର ଅଶୋକ କୁମାର ସାହୁ ଏବଂ ପ୍ରେମଲତା ସାହୁଙ୍କ କନ୍ୟା ଏହି ବିରଳ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଜାତୀୟ ସ୍ତରରେ ୧୩ ଜଣ ପ୍ରତିଯୋଗୀଙ୍କ ସହ ସମ୍ମୁଖୀନ ହୋଇଥିଲେ । ପ୍ରତିଯୋଗିତାର ବିଭିନ୍ନ ରାଉଣ୍ଡ ଯଥା‐ପରିଚୟ ଆଦାନ ପ୍ରଦାନ ରାଉଣ୍ଡ, ରୁଚି ଓ ଟାଲେଣ୍ଟେଡ ରାଉଣ୍ଡ ତଥା ପ୍ରଶ୍ନୋତ୍ତର ରାଉଣ୍ଡ ସର୍ବୋପରି ରାଂପରେ ନିଜର ଶ୍ରେଷ୍ଠ ଦକ୍ଷତା ଉପସ୍ଥାପନା କରିଥିଲେ ।
ଏହି ପ୍ରତିଯୋଗିତାରେ ବିଚାରକ ଭାବେ ମିସେସ୍ ଏସିଆ ୨୦୧୯ ତଥା ଗ୍ଲିଟର୍ସ ପାଜିଏଣ୍ଟର ପ୍ରତିଷ୍ଠାତା ପ୍ରାଚି ମାହତ୍ରେ । ଏହାର ପରିଚାଳନା ନିର୍ଦ୍ଦେଶକ ଅଭିଶେକ ମାହତ୍ରେ, କସ୍ମେଟୋଲୋଜିଷ୍ଟ ତଥା ପଶ୍ଚିମ ଓଡିଶାର ମିସେସ୍ ଫିଟନେସ ଡିଭା ୨୦୧୯ ଡା. ଭର୍ଷା ମାନେ, ଜ୍ୟୋଭିସର ପ୍ରତିଷ୍ଠାତା ଡ. ଜ୍ୟୋତି ସାତପୁତେ,ସୀମା ଦେଶାଇ ନାୟାର ଏବଂ ମିତାଲି ଧୁତ୍ ଉପସ୍ଥିତ ଥିଲେ ।
ଏହି ପ୍ରତିଯୋଗିତାର ପ୍ରସ୍ତୁତି ପାଇଁ ଶୁଭେନ୍ଦୁମୋହନ ସେନାପତି ଏବଂ ଡିଜିପିକ୍ସ ଶିବା ପ୍ରେରଣା ତଥା ତାଲିମ ପ୍ରଦାନ କରିଥିଲେ । ପ୍ରିୟଙ୍କାଙ୍କ ମା ପ୍ରେମଲତା ପ୍ରେରଣା ଦେଇଥିଲେ । ପ୍ରିୟଙ୍କାଙ୍କର ଏହି ବିରଳ କୃତିତ୍ୱ ପାଇଁ ସେଞ୍ଚୁରିଆନ ପବ୍ଲିକସ୍କୁଲର ଅଧ୍ୟକ୍ଷା ଦୀଶା ପାଢୀ ଏବଂ କାଲାପୂର୍ଣ୍ଣାନାଲା ଶୁଭେଚ୍ଛା ଜଣାଇଛନ୍ତି ।
WWW.SOCIALNEWSODIA.INFO
0 Comments