13/01/2021


କଟକ 📍


Chief Reporte & Editor/- Srinibash Rout

ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବୁଧବାର ( ୧୩/୦୧/୨୦୨୧ ) ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଏସ୍‌ସିବି କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଦୀର୍ଘ ୨୦ ଦିନ ଧରି ସେ ଚିକିତ୍ସିତ ହେଉଥିବା ବେଳେ ଅପରାହ୍ନରେ ବ୍ରେନ୍‌ ଷ୍ଟ୍ରୋକ୍‌ରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।


ପ୍ରକାଶ ଯେ, ସମାଜସେବା ପ୍ରତି ଜୀବନକୁ ଉତ୍ସର୍ଗୀକୃତ କରିଥିବା ପ୍ରକାଶ ରାଓ ଚା’ ଦୋକାନ କରି ରୋଜଗାର କରୁଥିବା ଟଙ୍କାରେ ବସ୍ତି ପିଲାଙ୍କୁ ପଢ଼ାଉଥିଲେ। ଏଥିପାଇଁ ସେ ସ୍କୁଲ ପ୍ରତିଷ୍ଠା କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କର ଏଭଳି ଅମାୟିକ କାର୍ଯ୍ୟର ପ୍ରଶଂସା କରିଥିଲେ। ଏହାଛଡ଼ା ସେ ୨ଶହରୁ ଅଧିକ ଥର ରକ୍ତଦାନ କରିଛନ୍ତି।


WWW.SOCIALNEWSODIA.INFO