Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ସାଲେପୁରରେ ପୁଣି ଲଜ୍ଜା : ନାବାଳିକାଙ୍କ ହାତଗୋଡ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ, ଥାନାରେ ଦୁଇ ଅଟକ ।

 


21/01/2021


ସାଲେପୁର/କଟକ 📍


Chief Reporte & Editor/- Srinibash Rout

ସାଲେପୁରରେ ପୁଣି ଲଜ୍ଜା । ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ପରିବାର ପକ୍ଷରୁ ଥାନାରେ ଲିଖିତ ଏତଲା ଦିଆଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ବଣହରା ଅଞ୍ଚଳରେ ।


ସୂଚନାଯୋଗ୍ୟ ଯେ, ବଣହରା ଅଞ୍ଚଳର ୧୩ ବର୍ଷର ନାବାଳିକାଙ୍କୁ ଦୁଇ ଜଣ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ପୀଡିତା ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ପାଟିରେ କପଡା ଦେଇ ହାତଗୋଡ ବାନ୍ଧି ଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ । ପୀଡିତାର ମା’ ସାଲେପୁର ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି ।


ଅଭିଯୋଗ ଆଧାରରେ ସାଲେପୁର ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଆଣି ଥାନାରେ ଅଟକ ରଖିଛି । ତେବେ ଘଟଣା ସଂପର୍କରେ ପୋଲସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଲିଖିତ ଅଭିଯୋଗକୁ ଭିତ୍ତି କରି ସାଲେପୁର ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।


WWW.SOCIALNEWSODIA.INFO

Post a Comment

0 Comments