Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

COVID-19 ଟିକା 💉 ଭାରତରୁ କିଣିବା ପାଇଁ ଅନୁରୋଧ କରିଛନ୍ତି ୯୨ ଦେଶ

  


23/01/2021


Editor by/- Srinibash Rout

ଭାରତର କୋଭିଡ୍‌ ଟିକା ଗୁରୁବାର (11/01/2021) ବାଂଲାଦେଶ ଓ ନେପାଳରେ ପହଞ୍ଚତ୍ଛି। ୩୦ ଲକ୍ଷ କୋଭିଶିଲ୍ଡ ଟିକା ନେଇ ଦୁଇଟି ଭାରତୀୟ ବିମାନ ଗୁରୁବାର ଢ଼ାକା ଓ କାଠମାଣ୍ଡୁରେ ଅବତରଣ କରିଛି। ଶୁକ୍ରବାର ସିଚେଲ୍ସ ଏବଂ ମ୍ୟାନ୍‌ମାରରେ ଏହି ଟିକା ପହଞ୍ଚତ୍ବ। ବୁଧବାର ଭୁଟାନ ଓ ମାଳଦ୍ୱୀପକୁ ଟିକା ପଠାଯାଇଥିଲା। 


ଏହାବ୍ୟତୀତ ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ମରିସସ୍‌କୁ ଟିକା ପଠାଇବା ପାଇଁ ଭାରତ ଯୋଜନା କରିଛି। ଭାରତରୁ କୋଭିଡ୍‌ ଟିକା କିଣିବା ଲାଗି ୯୨ଟି ଦେଶ ଅନୁରୋଧ କରିଛନ୍ତି। ବିଶ୍ୱ ଟିକା କେନ୍ଦ୍ର ଭାବେ ଭାରତର ପରିଚୟକୁ ଏହା ଆହୁରି ସୁଦୃଢ଼ କରିଛି। ଗତ ଶନିବାରଠାରୁ ଭାରତରେ ଟିକାକରଣ ଆରମ୍ଭ ହୋଇଥିବାବେଳେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ନଗଣ୍ୟ ହୋଇଥିବାରୁ ଅଧିକରୁ ଅଧିକ ଦେଶ ଭାରତୀୟ କୋଭିଡ୍‌ ଟିକା କିଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ବ୍ରାଜିଲ ଟିକା ନେବା ପାଇଁ ପୁଣେକୁ ସ୍ବତନ୍ତ୍ର ବିମାନ ପଠାଇଛି।


WWW.SOCIALNEWSODIA.INFO

Post a Comment

0 Comments