Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

Covid-19 ଟିକା କରଣ💉କାର୍ଯ୍ୟକ୍ରମର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 








17/01/2021


Cuttack 📍


Chief Reporte & Editor/- Srinibash Rout

ବହୁଦିନର ପ୍ରତୀକ୍ଷା ପରେ ଶନିବାର ( ୧୬/୦୧/୨୦୨୧ ) ଆରମ୍ଭ ହୋଇଛି କରୋନା ଟିକାକରଣ ।ପ୍ରଧାନମନ୍ତ୍ରୀ ଟିକାକରଣ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଛନ୍ତି ।କଟକ ଏସ୍‌ସିବି ମେଡିକାଲରେ ଟିକାକରଣର ଶୁଭାରମ୍ଭ ହୋଇଛି । ଏହାପରେ ସମସ୍ତ କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଛି ।ଏହି ଟିକାକରଣରେ ମହିଳା ସଫେଇ କର୍ମଚାରୀ ନେଇଛନ୍ତି ପ୍ରଥମ କରୋନା ଟିକା । ମହିଳା ସଫେଇ କର୍ମଚାରୀଙ୍କ ନାଁ ହେଉଛି ବର୍ଷା ଦେଇ ।ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ ଟିକାକରଣ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବାପରେ ସମସ୍ତ କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଛି।ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଦିଆଯିବ କରୋନା ଟିକା । ଦେଶରେ ମୋଟ ୩ହଜାର ୬ଟି ଟିକାକରଣ କେନ୍ଦ୍ର କରାଯାଇଛି ।

ସେହିପରି ଭୁବନେଶ୍ବରରେ ଟିକାକରଣ ପାଇଁ ୬ଟି କେନ୍ଦ୍ର କରାଯାଇଛି । ପୂର୍ବରୁ ୫ଟି କେନ୍ଦ୍ର ଥିବାବେଳେ ଏବେ ଏହି ସଂଖ୍ୟାକୁ ୬କୁ ବଢ଼ାଯାଇଛି। କ୍ୟାପିଟାଲ ହସ୍ପିଟାଲ ସମେତ ଏମସ୍‌, ବିଏମ୍‌ସି ହସ୍ପିଟାଲ, ୟୁନିଟ୍‌-୪ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ସମ୍‌ ହସ୍ପିଟାଲ ଓ କିମସ୍‌ରେ ଟିକାକରଣର ଶୁଭାରମ୍ଭ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ।


WWW.SOCIALNEWSODIA.INFO

Post a Comment

0 Comments