21/01/2021
କଟକ 📍
Editor by/- Srinibash Rout
ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ହେଉଛନ୍ତି ପ୍ରଥମ ଓଡ଼ିଆ, ଯେ କି ଦେଶର ପରବର୍ତ୍ତୀ ସେନା ଉପମୁଖ୍ୟ ଭାବେ ଦାୟିତ୍ୱ ନେବେ । ସେ ହେଉଛନ୍ତି ଓଡ଼ିଶା ମାଟିର ପୁଅ । ତାଙ୍କ ଘର ଜଗତସିଂହପୁର ଜିଲ୍ଲା ଜୟବାଡ଼ା ଅଞ୍ଚଳରେ । ସୋମବାର (୧୮/୦୧/୨୦୨୧) ସେ ନିଜ ଜନ୍ମମାଟିରେ ଥିବାବେଳେ,ଖୁସି ଖବର ପାଇଥିଲେ । ତାଙ୍କ ବାପା ହେଉଛନ୍ତି ଜିତେନ୍ଦ୍ର କୁମାର ମହାନ୍ତି । ଯେ କି ସରକାରୀ କର୍ମଚାରୀ ଥିଲେ । ମା ହେଉଛନ୍ତି ଡକ୍ଟର ସାରଦା ମହାନ୍ତି, ଏସଭିଏମ କଲେଜର ଓଡ଼ିଆ ପ୍ରଫେସର ଥିଲେ । ଚଣ୍ଡିପ୍ରସାଦ ନିଜ ପ୍ରାଇମେରୀ ପାଠ ପଢ଼ା ବାଗସାଇ ୟୁପି ସ୍କୁଲରେ ସାରିଛନ୍ତି । ଡେରାଡୁନ ସ୍ଥିତ ଇଣ୍ଡିଆନ ମିଲିଟାରୀ କଲେଜରେ ପାଠ ପଢ଼ିଥିବା ଏହି ଓଡ଼ିଆ ପୁଅ , ନ୍ୟାସନାଲ ଡିଫେନ୍ସ ଏକାଡେମୀ ଓ ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ଟ୍ରେନିଂ ନେଇଛନ୍ତି । ରାଜପୁତ ରେଜିମେଣ୍ଟରେ ୧୯୮୨ବ୍ୟାଚ ଇନଫାନଟ୍ରି ଅଫିସର ହେଉଛନ୍ତି ଚଣ୍ଡିପ୍ରସାଦ ମହାନ୍ତି । ସେ ଚୀନ ଏବଂ ପାକିସ୍ତାନ ସୀମା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଦାୟିତ୍ୱ ତୁଲାଇଛନ୍ତି ।
WWW.SOCIALNEWSODIA.INFO
0 Comments