୧୯/୧୧/୨୦୨୦
ଗଜପତି 📍
Editor by/- Srinibash Rout
ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରୁ ଏକ ସୁନ୍ଦର ଖବର ଲୋକଲୋଚନକୁ ଆସିଛି । ଏକ ତିନି ବର୍ଷ ୧୦ମାସର ଶିଶୁ ସମଗ୍ର ରାଜ୍ୟକୁ ଗୌରାବ୍ୟନ୍ୱୀତ କରିଛି । ସେ ଏକାଧିକ ଜ୍ଞାନର ଅଧିକାରୀ ସଂସ୍କୃତ ଶ୍ଲୋକ ହେଉ ଅବା ସାଧାରଣ ଜ୍ଞାନ ଅନର୍ଗଳ କହିପାରନ୍ତି । ବିଚକ୍ଷଣ ବୁଦ୍ଧୀ ସାଙ୍ଗକୁ ଉଚ୍ଚ ଆସା ରହିଥିବା ଏହି ୱାଣ୍ଡର ବୋଇ ସହ ଆସନ୍ତୁ ଭେଟିବା ଆମର ଏହି ଖବରରେ ।
ଗଜପତି ଜିଲ୍ଲା ସଦରମହକୁମାର ପାରଳାଖେମୁଣ୍ଡି ସ୍ଥିତ ଜଙ୍ଗାମ ସାହି ନିବାସୀ ଅଭିଜୀତ୍ ମିଶ୍ର । ପେସାରେ ସେ ଜଣେ ପ୍ରାଣୀ ଚିକିତ୍ସକ ପ୍ରାୟ ୧୦ବର୍ଷ ହେବ ସେ ପାରଳାଖେମୁଣ୍ଡି ନିଜ କର୍ମ ସ୍ଥଳିରେ ରହିଆସୁଛନ୍ତି । ତାଙ୍କ ଧର୍ମପତ୍ନୀ ହେଉଛନ୍ତି ମୋନାଲି ଆଚାରିୟ ଯିଏ କି ଜଣେ ହାଉସୱାଇଫ । ତେବେ ଏହି ଦୁଇଜଣଙ୍କ ଜୀବନରେ ଖୁସି ଆଣିଛନ୍ତି ୩ବର୍ଷ୧୦ମାସର ପୁଅ ଆରୁସ ମିଶ୍ର ।
ନିକଟ ଅତିତରେ ସେ ଇଣ୍ଡିଆ ବୁକ୍ ଅଫ ରେକଡରେ ସ୍ଥାନ ପାଇଛନ୍ତି । ବଡ ମାନେ ମଧ୍ୟ ଉଚ୍ଚାରଣ କରିପାରୁ ନଥିବା ସଂସ୍କୃତ ଶ୍ଲୋକ କୁହାଯାଉ କି ୨୦ ଉର୍ଦ୍ଦ ରାଇମସ ହୀନ୍ଦି, ଓଡିଆ ଓ ଇଂରାଜୀ ଭାଷାରେ ଅର୍ନଗଳ ଗାଇପାରନ୍ତି । ୩୦ରୁ ଉର୍ଦ୍ଦ ରାଷ୍ଟ୍ରପତୀଙ୍କ ନାମ, ବିଭିନ୍ନ ଦେଶର ଜାତୀୟ ପ୍ରତୀକ, ଗୋଟିଏ ମିନିଟରେ ୩୦ଟି ବିପରିତ ଶବ୍ଦ କହିପାରନ୍ତି । ଆରୁସ ସେହିପରି ୨୦ଟି ପ୍ରାଣୀ ଓ ୧୦ ପକ୍ଷୀ ବିଷୟରେ ସମସ୍ତ ସୂଚନା କହିପାରିବା ସହ ମାନବ ଶରୀର ୨୦ଅଶଂ, ୧୪ଟି ସ୍ମାରକ ସମେତ କୋଭିଡ୧୯ ଉପରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇପାରନ୍ତି ।
ଏପରିକି ୪୧ଟି ସାଧାରଣ ଜ୍ଞାନର ଉତ୍ତର ମଧ୍ୟ ଚୁମ୍ବକରେ ଦେଉଛନ୍ତି ଆରୁସ । ତେବେ ଏହି ସବୁ ପ୍ରତିଭା ପାଇଁ ଆରୁସର ପିତା ଆରୁସର ମାଁଙ୍କୁ ଶ୍ରେୟ ଦେଇଛନ୍ତି । ଆରୁସର ମାଁ ୨ବର୍ଷ ଆରୁସକୁ ହୋଇଥିବା ବେଳେ ଆରୁସର ଏହିପରି ମନେ ରଖିବା ପ୍ରତିଭା ଦେଖି ପ୍ରତ୍ୟେକ ଦିନ ଦିନକୁ ସକାଳ ଓ ସଂନ୍ଧ୍ୟାରେ ଏକ ଘଣ୍ଟା ପାଠ ପଢାଇ ଆଜି ସଫଳ କରାଇ ପାରିଛନ୍ତି । ସେହିପରି ଆରୁସ ମଧ୍ୟ ଗୌରବ ହାସଲ କରି ଉଭୟ ପିତା ମାତାଙ୍କୁ ଗୌରାବ୍ୟନ୍ୱୀତ କରିଛନ୍ତି । ତେବେ ଆରୁସ ଭବିଷ୍ୟତରେ ଡାକ୍ତର, ପାଇଲଟ କିମ୍ବା ବୈଜ୍ଞାନୀକ ହେବେ ବୋଲି ଲକ୍ଷ୍ୟ ରଖିଥିବା କହିଛନ୍ତି । ଏହି ଛୋଟ ବୟଷରୁ କମାଲ କରୁଥିବା ଏହି ୱାଣ୍ଡର ବୟ ଭବିଷ୍ୟତରେ ଆଉ କି କି କମାଲ କରୁଛି ତାକୁ ହିଁ ଦେଖିବାକୁ ରହିଲା ।
WWW.SOCIALNEWSODIA.INFO


0 Comments