27-NOVEMBER-2021
🌐
BY: SRINIBASH ROUT
ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋଟସଓ୍ବାନା ଭଳି ଦେଶରୁ ଫେରୁଥିବା ଲୋକଙ୍କ ପାଇଁ ଜାରି ହେଲା ଗାଇଡ଼ଲାଇନ। ତେବେ ଗାଇଡ଼ଲାଇନ ଅନୁସାରେ ଯଦି ଜଣେ ଯାତ୍ରୀ ଦକ୍ଷିଣ ଆଫ୍ରିକା, ବୋସ୍ୱାନ ଓ ହଂକଂରୁ ଆସୁଛନ୍ତି। ସେମାନଙ୍କ କୋଭିଡ୍ ଟେଷ୍ଟ କରିବାକୁ ବାଧ୍ୟ କରାଯାଇଛି। ଟେଷ୍ଟିଂ ପରେ ଅତି କମ୍ରେ ୧୦ ଦିନ ଆଇସୋଲେସନରେ ରହିବାକୁ ପଡ଼ିବ। ଯଦି କେହି ପଜିଟିଭ୍ ଚିହ୍ନଟ ହୁଅନ୍ତି, ତେବେ ଭାରିଆଣ୍ଟ ଯାଞ୍ଚ ପାଇଁ ନମୂନା ପଠାଯିବ। ଏପରି ହେଲେ ନୂଆ ଭାରିଆଣ୍ଟ ସଂକ୍ରମଣକୁ ରୋକି ପାରିବା ବୋଲି ଡିଏମ୍ଇଟି କହିଛନ୍ତି।
ନୂଆ ଭାରିଏଣ୍ଟ ଦେଖାଦେଇଥିବା ଦେଶରୁ ଆସୁଥିବା ଲୋକମାନଙ୍କ ପାଇଁ କଟକଣା ହେଲା ଜାରି । ଉପର ମୁହାଁ ମହାମାରୀ ଖାଇବ .....
ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ସତର୍କ କଲେ ରାଜ୍ୟ ସରକାର ।ବର୍ତ୍ତମାନ ରାଜ୍ୟରେ ସ୍ଥିତି ସ୍ଥିର ରହିଛି ।କୋରୋନା ପଜିଟିଭ୍ ଚିହ୍ନଟ ହେଲେ ଭୂତାଣୁ ର ପ୍ରଜାତି ଯାଞ୍ଚ ହେଉ ।
www.socialnewsodiaofficial.blogspot.com

0 Comments