20-NOVEMBER-2021
📌
BY: SRINIBASH ROUT
ରାଜ୍ୟରେ ଧର୍ମାନୁଷ୍ଠାନ ଓ ଶିକ୍ଷା ଅନୁଷ୍ଠାନ, ଜିମ୍ ଓ ସ୍ପା, ଖୋଲିଯାଇଥିବା ବେଳେ ଆଜି ଅର୍ଥାତ୍ ଶନିବାର ୨୦ ତାରିଖ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ପାଇଁ ଅନୁମତି ମିଳିଛି। କୋଭିଡ କଟକଣା ଭିତରେ ଏସବୁ ଉତ୍ସବ ପାଳନ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହାସହ ଖୋଲା ପଡିଆରେ ଦୁଇ ହଜାର ଲୋକ ବସିବାକୁ ଅନୁମତି ଦିଆଯାଇଥିବା ବେଳେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଇଣ୍ଡୋର ହଲରେ ବସିବା କ୍ଷମତାର ୫୦%ରେ ସୀମିତ ରଖାଯାଇଛି। ୫୦% ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବା ପାଇଁ ଅନୁମତି ଦିଆଯାଇଛି ।ଏଭଳି କାର୍ଯ୍ୟକ୍ରମରେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଅନ୍ଲାଇନରେ କିମ୍ବା ଅଧିକ କାଉଣ୍ଟର କରି ଟିକେଟ ବୁକିଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ (ଏସ୍ଆରସି) ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି ।ଆଜିଠାରୁ ଅର୍ଥାତ୍ ଶନିବାର ୨୦ ତାରିଖଠାରୁ ନୂଆ ଗାଇଡ ଲାଇନ୍ ଲାଗୁ ହେବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି।
www.socialnewsodiaofficial.blogspot.com

0 Comments