Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ରେକର୍ଡ଼ ଭାଙ୍ଗୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ରାଜ୍ୟରେ ୨୪ ଘଣ୍ଟାରେ ୩୦ ଟି ଜିଲ୍ଲାରୁ ସର୍ବାଧିକ ୩ ହଜାର ୯୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 


ତାରିଖ/-୧୧-୦୯-୨୦୨୦


ଦିନକୁ ଦିନ ରେକର୍ଡ଼ ଭାଙ୍ଗୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ୨୪ ଘଣ୍ଟାରେ ୩୦ ଟି ଜିଲ୍ଲାରୁ ସର୍ବାଧିକ ୩ ହଜାର ୯୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୩୫୯ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୬୩୭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୩,୧୧୭କୁ ବୃଦ୍ଧି ପାଇଛି । ୧,୦୮,୦୦୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବର ବେଳେ ୩୪,୪୫୮ ଚିକିତ୍ସିତ ହେଉଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ୬୦୬ରୁ ସର୍ବାଧିକ। ଅନୁଗୁଳରୁ ୧୩୮, ବାଲେଶ୍ୱର ୨୦୯, ବରଗଡ଼ ୯୭, ଭଦ୍ରକ ୧୧୨, ବଲାଙ୍ଗୀର ୧୨୪, ବୌଦ୍ଧ ୩୯, କଟକ ୩୫୪, ଦେଓଗଡ଼୧୦, ଢେଙ୍କାନାଳ ୮୭, ଗଜପତି ୨୫, ଗଞ୍ଜାମ ୮୯, ଜଗତସିଂହପୁର ୧୨୨, ଯାଜପୁର ୧୧୯, ଝାରସୁଗୁଡ଼ା ୭୯, କଳାହାଣ୍ଡି ୫୮, କନ୍ଧମାଳ ୪୭, କେନ୍ଦ୍ରାପଡ଼ା ୧୩୦, କେନ୍ଦୁଝର ୬୦, କୋରାପୁଟ ୯୩, ମାଲକାନଗିରି ୪୭, ମୟୁରଭଞ୍ଜ ୧୬୦, ନବରଙ୍ଗପୁର ୧୫୧, ନୟାଗଡ଼ ୭୭, ନୂଆପଡ଼ା ୧୦୩, ପୁରୀ ୨୭୯, ରାୟଗଡ଼ା ୧୦୫, ସମ୍ବଲପୁର ୯୧, ସୋନପୁର ୯୧, ସୁନ୍ଦରଗଡ଼ ୮୮ ଜଣ ଚିହ୍ନଟ ହୋଇଛନ୍ତି ।



ଶ୍ରୀନିବାସ ରାଉତ (୯୪୩୯୮୮୩୧୬୫)

Post a Comment

0 Comments