ତାରିଖ/-୦୮-୧୦-୨୦୨୦
Editor by/- Srinibash Rout
ଅଯୋଧ୍ୟା 📍
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ସାରାଦେଶର ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଲାଗି ରହିଛି । ମନ୍ଦିର ନିର୍ମାଣ ପାଇଁ ଶ୍ରଦ୍ଧାଳୁ ମାନେ ବିଭିନ୍ନ ସାମଗ୍ରୀ ପ୍ରତିଦିନ ଦାନ କରୁଥିବାର ଖବର ଶୁଣିବାକୁ ମଧ୍ୟ ମିଳୁଛି । ତେବେ ଏସବୁ ଭିତରେ ରାମମନ୍ଦିରକୁ ମିଳିଛି ଏକ ବିରାଟ ଘଣ୍ଟି । ମନ୍ଦିର ନିର୍ମାଣ ହେବାପରେ ଏହି ଘଣ୍ଟିକୁ ମନ୍ଦିରରେ ଲଗାଯିବ । ମିଳିଥିବା ଏହି ଘଣ୍ଟି କୌଣସି ସାଧାରଣ ଘଣ୍ଟି ନୁହେଁ । ଏହି ଘଣ୍ଟିର ଓଜନ ପ୍ରାୟ ୬ ଶହ କେଜିରୁ ଅଧିକ ରହିଛି । ତେବେ ଏହି ଘଣ୍ଟିର ବିଶେଷତ୍ବ ହେଉଛି ଏହା ଗୋଟିଏ ଥର ବାଜିଲେ ତାହା ଆଖ ପାଖ ଅଞ୍ଚଳର ୧୦ କିମି ପର୍ଯ୍ୟନ୍ତ ଶୁଭିବ । ଆଉ ଏହାର ଧ୍ବନିରେ ‘ଓମ୍’ ଧ୍ବନି ଶୁଣାଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରରେ ରାମେଶ୍ବରମରୁ ବାହାରିଥିବା ରାମରଥ ଯାତ୍ରା ଦିର୍ଘ ୪ ହଜାର ୫୫୫ କିଲୋମିଟର ଯାତ୍ରା କରି ଅଯୋଧ୍ୟାରେ ପହଞ୍ଚିଛି । ଏହି ଯାତ୍ରାରେ ଏକ ୧୮ ଜଣିଆ ଦଳ ଭାଗନେଇଥିଲେ । ପ୍ରାୟ ୧୦ ଟି ରାଜ୍ୟକୁ ଏହି ଯାତ୍ରା ମାଧ୍ୟମରେ ଅତିକ୍ରମ କରି ଅଯୋଧ୍ୟାରେ ପହଞ୍ଚିଛନ୍ତି । ସେମାନେ ଏହି ବିରାଟକାୟ ଘଣ୍ଟି ସହ ରାମ, ସୀତା, ଲକ୍ଷ୍ମଣ, ହନୁମାନଙ୍କ ସହ ଶ୍ରୀଗଣେଶଙ୍କ ମୂର୍ତ୍ତି ନେଇ ଆସିଛନ୍ତି । ଏହି ସମସ୍ତ ମୂର୍ତ୍ତି ଗୁଡିକ ବ୍ରୋଞ୍ଚ ଧାତୁରେ ନିର୍ମାଣ ହୋଇଛି ।
ରାମରଥ ଯାତ୍ରା କାଉନସିଲ ପକ୍ଷରୁ ଏହି ସମସ୍ତ ଜିନିଷକୁ ମନ୍ଦିର ଟ୍ରଷ୍ଟବୋର୍ଡକୁ ହସ୍ତାନ୍ତର କରାଯାଇଛି । ଏନେଇ କାଉନସିଲର ସାଧାରଣ ସମ୍ପାଦିକା ରାଜଲକ୍ଷ୍ମୀ ମନ୍ଦା ଏନେଇ କହିଛନ୍ତି ଯେ ଦୀର୍ଘ ଦିନର ଏକ ଅବସାନ ଅନ୍ତ ହୋଇଛି ।
www.socialnewsodia.info


0 Comments