15/07/2021
📌
NEWS EDITOR/- Srinibash Rout
ଆଜି ଅର୍ଥାତ୍ ଗୁରୁବାର (୧୫/୦୭/୨୦୨୧) କଟକ ମାଲଗୋଦାମ ଥାନା ଅଞ୍ଚଳର ରଞ୍ଜ ସାହୁଙ୍କ ଘରୁ ଜବତ ହୋଇଛି ୨ କେଜିରୁ ଅଧିକ ସୁନା ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୫୩ ଲକ୍ଷ ହେବ। ଏହା ବ୍ୟତୀତ ୨୭,୮୦୦ ଗୋଲ୍ଡ ପ୍ଲେଟ୍ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ସୂଚନା ଦେଇ କଟକ ଡିସିପି ପ୍ରତୀକ ସିଂ କହିଛନ୍ତି ବେଆଇନ ଭାବେ ଏହି ସୁନା ଗହଣାକୁ କଟକ ନୟାସଡ଼କରେ ବିକ୍ରି ଉଦ୍ୟମ ବେଳେ ଖବର ପାଇ ଅଚାନକ ଚଢ଼ାଉ କରିଥିଲା କମିଶନରେଟ୍ ପୋଲିସ୍ ।ଅଭିଯୋଗରେ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କୁ ଅଟକ ରଖିଛି ପୋଲିସ୍ ।୨ କେଜିରୁ ଅଧିକ ସୁନା ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୫୩ ଲକ୍ଷ ହେବ। ଏହା ବ୍ୟତୀତ ୨୭,୮୦୦ ଗୋଲ୍ଡ ପ୍ଲେଟ୍ ମଧ୍ୟ ଜବତ ହୋଇଛି। G.S.T ଫାଙ୍କିବା ପାଇଁ ବେପାର ଚାଲିଥିଲା। ଟ୍ରେନରେ କୌଣସି ଧରପଗଡ଼ ନ ଥିବାରୁ ଦୀର୍ଘଦିନ ହେବ ଏହି ବ୍ୟବସାୟ ଚାଲି ଆସୁଥିଲା। G.S.T ଫାଙ୍କିବାକୁ ଅମୃତସରରୁ ସୁନା ଆଣି କଟକ ନୟାସଡ଼କରେ ବିକ୍ରି କରୁଥିବାର ଜଣାପଡିଛି। କୌଣସି ସୂତ୍ରରୁ ଖବର ପାଇ କାରବାରରେ ସଂପୃକ୍ତ ମାଷ୍ଟରମାଇଣ୍ଡକୁ ଧରିବା ପାଇଁ କମିଶନରେଟ୍ ପୋଲିସ୍ ଜାଲ ବିଛାଇଥିଲା। କମିଶନରେଟ୍ ପୋଲିସ୍ G.S.T ବିଭାଗକୁ ଏହି ଘଟଣାର ଅଧିକ ତଦନ୍ତ ପାଇଁ ଜଣାଇଦେଇଛି ।ଏହି ସୁନା କେଉଁଠୁ ଆଣିଥିଲେ ଅମୃତସରର ସେହି ବ୍ୟକ୍ତି, ସେ ସଂପର୍କରେ ମଧ୍ୟ ପୋଲିସ୍ ଖୋଳତାଡ଼ କରିବ ବୋଲି ଜଣାପଡିଛି । ଏଥିରେ ଆଉ କିଏ କିଏ ସଂପୃକ୍ତ, ନୟାସଡକର କେଉଁ ବେପାରୀମାନେ ବିନା କାଗଜପତ୍ରରେ ସୁନା କିଣୁଥିଲେ ତାହା ମଧ୍ୟ ଖୋଳତାଡ କରିବ କମିଶନରେଟ୍ ପୋଲିସ୍ ।
socialnewsodiaofficial.blogspot.com📡




0 Comments