30-DECEMBER-2021
📌
BY: SRINIBASH ROUT
ଭିଜିଲାନ୍ସ ଜାଲରେ ଆରଆଇ ।ଜଗତସିଂହପୁର ଜିଲ୍ଲା ଏରସମା ତହସିଲ କାର୍ଯ୍ୟାଳୟ ଆରଆଇ ଜମି ପଟ୍ଟା କରାଇ ଦେବାକୁ କହି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ଏରସମା ତହସିଲ କାର୍ଯ୍ୟାଳୟ ଆରଆଇ ସମୀର ମଲ୍ଲିକଙ୍କୁ ଗିରଫ କରିଛି ଭିଜିଲାନ୍ସ ।ଏରସମା ତହସିଲ କାର୍ଯ୍ୟାଳୟ ଅନ୍ତର୍ଗତ ନିମୋଳ ଓ ଜପା ସର୍କଲ ଆରଆଇ ଦାୟିତ୍ବରେ ଥିଲେ ସମୀର ମଲ୍ଲିକ ।ଧୋବେଇ ଜଙ୍ଗଲ ରାଜସ୍ବ ଗ୍ରାମ ଝାଟିପାରିର ସୁମନ୍ତ ମଣ୍ଡଳଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ।ସେହି ସମୟରେ ନିମୋଳଠାରୁ ଭିଜିଲାନ୍ସ ବିଭାଗୀୟ ଅଧିକାରୀଙ୍କ ହାତରେ ଧରାପଡିଥିଲେ ଆରଆଇ ସମୀର ମଲ୍ଲିକ ।
www. socialnewsodiaofficial.blogspot.com
0 Comments