31-DECEMBER-2021


📌


BY: SRINIBASH ROUT

କନ୍ଧମାଳ ଜିଲ୍ଲା କୋଟଗଡ ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି ।ଏସଟିଏଫର ଟିମ୍ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରି ଚୋରା ଚାଲଣକାରୀଙ୍କ ନିକଟରୁ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି ।ଏହି ମାମଲାରେ ଦୁଇ ଜଣ ଚାଲଣକାରୀଙ୍କୁ ଗିରଫ କରିଛି ବନବିଭାଗ ।ପୂର୍ବରୁ ମଧ୍ୟ ଏସଟିଏଫର ଟିମ୍ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢାଉ କରି ବାଲିଗୁଡା ମିଡ଼ିଆକିଆ ଅଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ବେଳେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି ।ଏହି ଚୋରାଚାଲାଣ ପଛରେ ଏକ ବଡ ରାକେଟ୍ କାମ କରୁଥିବା ଅନୁମାନ କରାଯାଉଛି ।ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଛାନଭିନ୍ ଜାରି ରଖିଛି ପୋଲିସ ।


( ବଜ୍ରକାପ୍ତା ଡିଲ୍ ସମୟରେ ଯୁବଗୁଡା ଛକ ଜଙ୍ଗଲରେ ଚଢାଉ କରାଯାଇଥିଲା )






www. socialnewsodiaofficial.blogspot.com