25-DECEMBER-2021
📌
BY: SRINIBASH ROUT
ସମଗ୍ର ବିଶ୍ବରେ କରୋନାର ଏହି ନୂଆ ଭାରିଆଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସାଂଘାତିକ କଥା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।ଆଗକୁ ବଢ଼ିପାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ଏହା କାରଣରୁ ମୃତ୍ୟୁ ମଧ୍ୟ ଚିନ୍ତା ବଢାଇପାରେ ।ଓମିକ୍ରନ ସଂକ୍ରମଣ ସଂଖ୍ୟା ବଢ଼ିବ ଏବଂ ହସ୍ପିଟାଲରେ ଅଧିକ ଆକ୍ରାନ୍ତ ଭର୍ତ୍ତି ହେବେ ବୋଲି ପୂର୍ବାନୁମାନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।ବ୍ରିଟେନରୁ ଓମିକ୍ରନରେ ପ୍ରଥମ ମୃତ୍ୟୁ ଖବର ଆସିବା ପରେ ଏହି ଭାରିଏଣ୍ଟକୁ ନେଇ ଭୟ ଓ ସତର୍କତା ବଢ଼ିଛି ।
ଓଡ଼ିଶାରେ ଚାରିଜଣ କରୋନା ସଂକ୍ରମିତ ଙ୍କ ଠାରୁ ଓମିକ୍ରନ ଚିହ୍ନଟ ପରେ ସଜାଗ ହୋଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।ଗୋଟିଏ ଲେୟାର ମାସ୍କ ନପିନ୍ଧି ତିନି ଲେୟାର ମାସ୍କ କିମ୍ବା ଏନ୍-୯୫ ପିନ୍ଧିବା ପାଇଁ ଡ଼ିଏମଇଟି ପରାମର୍ଶ ଦେଇଛନ୍ତି ।ଓମିକ୍ରନ ୫ ଗୁଣ ଅଧିକ ଜୋରେ ବ୍ୟାପୁଥିବା ରୁ ବଣଭୋଜି, ଗହଳି ଉପରେ ଲାଗିଛି ରୋକ ।ଜିଲ୍ଲା ପ୍ରଶାସନକୁ ଲୋକଙ୍କ ଗହଳି ଓ ବଣଭୋଜି ଉପରେ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।ବାହାଘର ଓ ଶେଷକୃତ୍ୟ ସମୟରେ ରିଲାକ୍ସ ଦିଆଯିବ ।ବାକି ସବୁଠି କଟକଣା ଲାଗିବ ।ଆଉ ୪ ଟି ସାମ୍ପୁଲ ଜିନମ ସିକ୍ୟୁଏନିସଂ ପାଇଁ ଯାଇଛି ।ଆଇସିୟୁ ଓ ବେଡ଼,ଭେଣ୍ଟିଲେଟର ସବୁ କୁ କାର୍ଯ୍ୟକ୍ଷମ ମୋଡ଼ରେ ରଖାଯାଇଛି ବୋଲି ଡିଏମଇଟି ସୂଚନା ଦେଇଛନ୍ତି।
www. socialnewsodiaofficial.blogspot.com
0 Comments