25-APRIL-2022


📌


BY Srinibash Rout in Odisha

ଥମିବାରେ ନାଁ ନେଉନି ମାଓବାଦୀଙ୍କ ତାଣ୍ଡବ ।ମାଲକାନଗିରି ଜିଲ୍ଲାରେ ପୁଣି ମାଓବାଦୀ ମାନଙ୍କ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି ।ଗତକାଲି ଅର୍ଥାତ୍ ରବିବାର ୨୪ ତାରିଖ ବିଳମ୍ବିତ ରାତିରେ ନକ୍ସଲଙ୍କ ତେଲେଙ୍ଗାନା ସୀମାନ୍ତ ଚିନ୍ତୁରଥାନା ଅନ୍ତର୍ଗତ କତୁର ଗ୍ରାମ ନିକଟରେ ନବରଙ୍ଗପୁରରୁ ହାଇଦ୍ରାବଦ ଯାଉଥିବା ଏକ ବସକୁ ପୋଡ଼ି ଦେଇଛନ୍ତି ମାଓବାଦୀ ।ପ୍ରଥମେ ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ। ପରେ ସେଥିରେ ନିଆଁ ଲଗାଇ ଦେଇଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।


ସୂଚନା ଅନୁସାରେ ମାଓବାଦୀମାନେ ରବିବାର ଦଣ୍ଡକାରଣ୍ୟ ବନ୍ଦ୍ ଦେଇଥିଲେ। କିନ୍ତୁ ନକ୍ସଲଙ୍କ ବନ୍ଦ୍ ଡାକରାକୁ ଖାତିର କଲେନି ଘରୋଇ ବସ୍‌ ମାଲିକ ।ପରିଣାମ ସ୍ୱରୂପ ରାତି ଅଧରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲଗାଇଥିଲେ ଶତାଧିକ ନକ୍ସଲ ।ବସ୍‌ରେ ଥିବା ୫୦ ପାଖାପାଖି ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍‌ଟି ଜଳି ପୋଡ଼ି ପାଉଁଶ ହୋଇ ଯାଇଛି।  ରବିବାର ରାତିରେ ଓଡ଼ିଶାର ମାଲକାନଗିରି ଜିଲ୍ଲା ମୋଟୁଠାରୁ ମାତ୍ର ୧୦ କିମି ଦୂର ଆନ୍ଧ୍ରପ୍ରଦେଶ କୁଟୁରଠାରେ ଘଟିଛି ଏହି ଅଘଟଣ। ବସ୍ ପୋଡ଼ିବା ପରେ ନକ୍ସଲମାନେ ପୋଷ୍ଟର ସହ ଲିଫଲେଟ ଛାଡ଼ି ଚାଲିଯାଇଛନ୍ତି। ବସ୍‌ପୋଡି ସମ୍ପର୍କରେ ସୂଚନାପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହାର ତଦନ୍ତ କରୁଛି ।



https://socialnewsodiaofficial.blogspot.com