25/MAY/2022
📌
BY: SRINIBASH ROUT
ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓଡ଼ିଶା ପକ୍ଷରୁ ଭାରତ ସରକାରଙ୍କର OBCମାନଙ୍କର ଜାତି ଆଧାରିତ ଜନଗଣନା ନ କରାଯିବା ବିରୋଧରେ ମେ’ ୨୫ତାରିଖ ବୁଧବାର ଅର୍ଥାତ୍ ଆସନ୍ତାକାଲି ଭାରତ ବନ୍ଦ୍ ଡ଼ାକରା ଦିଆଯାଇଛି ।ପ୍ରଧାନମନ୍ତ୍ରୀ ପ୍ରତିଦିନ ବିକାଶର କଥା କୁହନ୍ତି ।କିନ୍ତୁ OBC ମାନଙ୍କର ବିକାଶ ପାଇଁ ସେମାନଙ୍କ ଜନସଂଖ୍ୟା ଜାଣିବା ଅତ୍ୟନ୍ତ ଆବଶ୍ୟକ ।ଏହା ପରେ ମଧ୍ୟ OBC ଜନସଂଖ୍ୟାର ତଥ୍ୟ ସଂଗ୍ରହ କରାଯାଉ ନାହିଁ ।ଯାହାକି OBC ମାନଙ୍କୁ ବିକାଶରୁ ବଞ୍ଚିତ କରିବା ପାଇଁ ଏକ ଷଡ଼ଯନ୍ତ୍ର ଅଟେ ।ଏହି ଗଣନା ନହେବା ଦ୍ବାରା ଓଡିଶାର ପଞ୍ଚାୟତ ରାଜ ଏବଂ ମ୍ୟୁନସିପାଲଟି ନିର୍ବାଚନରେ OBC ମାନଙ୍କର ସଂରକ୍ଷଣ ସମାପ୍ତ କରାଯାଉଛି ।ଏଥିପାଇଁ ଏହାକୁ ବିରୋଧକରି ୨୫ ମେ ୨୦୨୨ ରେ ଭାରତ ବନ୍ଦ୍ କରୁଅଛୁ ।କୃଷକମାନଙ୍କୁ MSP ଗ୍ୟାରେଣ୍ଟି ଆଇନ୍ ଦାବିରେ, ବେସରକାରୀ କ୍ଷେତ୍ରରେ SC, ST, OBC ମାନଙ୍କ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ କରିବା ଦାବିରେ, ପୁରୁଣା ପେନସନ ସ୍କିମ ପୁନଃ କାର୍ଯ୍ୟକାରୀ କରିବା ଦାବୀରେ, ଜଳ, ଜଙ୍ଗଲ ଜମିରୁ ଆଦିବାସୀମାନଙ୍କୁ ବିସ୍ଥାପନ କରିବା ବିରୋଧ ଆଦି ବିଭିନ୍ନ ଦାବି ନେଇ ଭାରତ ବନ୍ଦ୍ ଡ଼ାକରା ଦେଇଥିବା ଭୁବନେଶ୍ୱରରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଏଥିସହ ଉତ୍ତରପ୍ରଦେଶର ରାଜନୈତିକ ଦଳ ବିଏମପି ତାର ପ୍ରତିକ୍ରିୟା ରଖିଛି ।ସାହାରନପୁରର ଜିଲ୍ଲା ସଭାପତି ନିରଜଧିମାନ କହିଛନ୍ତି ପଛୁଆ ଜାତିଗୁଡ଼ିକର ସ୍ୱତନ୍ତ୍ର ଜାତିଭିତ୍ତିକ ଜନଗଣନା କରିବାକୁ କେନ୍ଦ୍ର ସରକାର ମନା କରିଛନ୍ତି ।ବେସରକାରୀ କ୍ଷେତ୍ରରେ ଏସସି / ଏସଟି / ଓବିସି ପାଇଁ ସଂରକ୍ଷଣର କାର୍ଯ୍ୟାନ୍ୱୟନକୁ ନେଇ ମଧ୍ୟ ସମସ୍ୟା ସୃଷ୍ଟି କରିଛନ୍ତି ।ବେସରକାରୀ କ୍ଷେତ୍ରରେ ମଧ୍ୟ ଏସସସ-ଏସଟି ଓ ଓବିସି ସଂରକ୍ଷଣ ଲାଗୁ ହେବା ଉଚିତ୍ ।ପୁରୁଣା ପେନସନ୍ ଯୋଜନା ପୁଣିଥଲେ ଲାଗୁ କରାଯିବା ଦରକାର ରହିଛି। ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି ଦେବା ପାଇଁ ଏକ ଆଇନ୍ ପ୍ରସ୍ତୁତ କରାଯିବା ଆବଶ୍ୟକ ରହିଛି। ତାହା ଛଡ଼ା ଭାରତ ବନ୍ଦକୁ ନେଇ ରାଷ୍ଟ୍ରିୟ ପଛୁଆ ବର୍ଗ ମୋର୍ଚ୍ଚ ପକ୍ଷରୁ ଆହୁରି ଅନେକ ଦାବି ରଖାଯାଇଛି ।
https://socialnewsodiaofficial.blogspot.com
0 Comments