Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

କ୍ୱାରେଣ୍ଟାଇନ୍‌ ସେଣ୍ଟର୍‌ରେ ଅଘଟଣ: ବ୍ଲେଡ୍‌ରେ ହାତ କାଟି ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ ।

 


ତାରିଖ/-୧୫-୦୯-୨୦୨୦


ପୁରୀ 📍

by-Srinibaah rout


କ୍ୱାରେଣ୍ଟାଇନ୍‌ ସେଣ୍ଟର୍‌ରେ ଘଟିଛି ଅଘଟଣ । ଜଣେ କରୋନା ରୋଗୀ କରିଛନ୍ତି ଆତ୍ମହତ୍ୟା । ଶିରା କାଟି ରୋଗୀ ଜଣକ ଆତ୍ମହତ୍ୟା କରିଥିବାବେଳେ ସମୁଦ୍ରକୂଳ ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିଛି । ମୃତ ଯୁବକ ହେଲେ, କୁମ୍ଭାରପଡା ଥାନା ଅଧୀନ ରାୟବାହାଦୂର ଲେନ୍‌ର ପ୍ରଦୀପ କୁମାର ଦାସଙ୍କ ପୁଅ ମଧୁସୂଦନ ଦାସ (୨୯) । ଘଟଣାଟି ସହରରେ ଆଲୋଡନ ସୃଷ୍ଟି କରିଛି ।



ପୁଲିସ କହିଛି ଯେ, ମଧୁସୂଦନ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ । ପଜିଟିଭ୍‌ ଭାବେ ଚିହ୍ନଟ ହେବା ପରେ ତାଙ୍କୁ ସମୁଦ୍ରକୂଳ ଥାନା ଅଧୀନ ରୁମାନୀ ହୋଟେଲ୍‌ରେ ଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟର୍‌ରେ ଭର୍ତ୍ତି କରାଯାଇଥିଲା । ମଧୁସୂଦନଙ୍କ ପାଖରେ ତାଙ୍କ ମା’ ରହୁଥିଲେ। ରବିବାର ବିଳମ୍ବିତ ରାତିରେ ମା’ ଶୋଇଥିବାବେଳେ ମଧୁସୂଦନ ବାଥ୍‌ରୁମ୍‌ ଭିତରେ ପଶିଥିଲେ । ସମସ୍ତେ ଭାବିଥିଲେ କି ସେ ଶୌଚ ହେବାକୁ ଯାଇଛନ୍ତି । କିନ୍ତୁ ପାଖରେ ରଖିଥିବା ଏକ ବ୍ଲେଡ୍‌ ମାଧ୍ୟମରେ ମଧୁସୂଦନ ତାଙ୍କ ହାତରେ ଏକାଧିକ ସ୍ଥାନକୁ କାଟି ପକାଇଥିଲେ । ଫଳରେ ଶିରା କଟି ପ୍ରବଳ ରକ୍ତସ୍ରାବ ହୋଇଥିଲା । ଦୀର୍ଘ ସମୟ ଧରି ବାଥ୍‌ରୁମ୍‌ରୁ ନବାହାରିବାରୁ ତାଙ୍କ ମା’ କବାଟ ବାଡେଇଥିଲେ । ହେଲେ କବାଟ ଲକ୍‌ ନଥିବାରୁ ଖୋଲି ଯାଇଥିଲା । ଭିତରେ ନିସ୍ତେଜ ହୋଇ ମଧୁସୂଦନ ପଡିଥିବାବେଳେ ଚଟାଣ ରକ୍ତରେ ଭିଜିଯାଇଥିଲା ।


ପରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାବେଳକୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୁଲିସ ଶବ ଜବତ କରି ଅପମୃତ୍ୟୁ ମାମଲା (୧୪ ।୨୦) ରୁଜୁ କରିଛି । ବ୍ୟବଚ୍ଛେଦ ପରେ ନିୟମ ଅନୁଯାୟୀ ଶବ ସଂସ୍କାର କରାଯାଇଛି । ତେବେ ପୂର୍ବରୁ କର୍କଟ ରୋଗରେ ପୀଡିତ ଓ ପରେ କରୋନା ପାଇଁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ସମୁଦ୍ରକୂଳ ଥାନା ପୁଲିସ କହିଛି ।



Report By ✍️ Srinibash Rout 🌐 Socialnewsodia 📡

Post a Comment

0 Comments