୧୪/୧୧/୨୦୨୦
କଟକ 📍
Chief Reporter & Editor/- ଶ୍ରୀନିବାସ ରାଉତ
କଟକ କମିଶନରେଟ୍ ପୋଲିସ୍ କୁ ମିଳିଛି ବଡ଼ ସଫଳତା । ଦୁର୍ଦ୍ଦାନ୍ତ ଅପରାଧୀ ମୁନ୍ନା ଲାଡେନ୍ ଗିରଫ ହୋଇଛି । ମୁନ୍ନା ନାଁରେ କଟକର ବିଭିନ୍ନ ଥାନାରେ ଏକାଧିକ ଅପରାଧୀକ ମାମଲା ରହିଛି । ତା' ଠାରୁ ଗୋଟିଏ ୯ ଏମ୍ଏମ୍ ପିସ୍ତଲ ଓ ୬ଟି ଜୀବନ୍ତ ଗୁଳି ଜବତ କରିଛି ଦରଘା ବଜାର ଥାନା ପୋଲିସ୍ ।
ସୂଚନା ଅନୁଯାୟୀ ଗତକାଲି କିଛି ଦୁର୍ବୃତ ରେଭେନ୍ସା କଲିଜିଏଟ ସ୍କୁଲ ନିକଟରେ ଜଣେ ବ୍ୟକ୍ତିଙ୍କୁ ଅଟକାଇ ବଟି ମାଗୁଥିବା ଖବର ପାଇ ପୁଲିସ୍ ଚଢାଉ କରିଥିଲା । ତେବେ ଘଟଣାସ୍ଥଳରୁ ଅନ୍ୟ ଅଭିଯୁକ୍ତମାନେ ଫେରାର ସୋଇଯାଇଥିବା ବେଳେ ମୁନ୍ନାକୁ ଧରିବାରେ ସଫଳ ହୋଇଥିଲା ପୁଲିସ୍ । ମୁନ୍ନା ଟିଟୋ ଗ୍ୟାଙ୍ଗର ପ୍ରମୁଖ ସହଯୋଗୀ ବୋଲି କଟକ D.C.P ସୂଚନା ଦେଇଛନ୍ତି ।
WWW.SOCIALNEWSODIA.INFO


0 Comments