Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ଆଜିଠୁ କମିବ ଶୀତ, ୮ରୁ ପୁଣି ଥରାଇବ ।

 


04/02/2021


Editor by/- Srinibash Rout

ରାଜ୍ୟରେ ଅନୁଭୂତ ହେଉଛି ପ୍ରବଳ ଥଣ୍ଡା । ହାଡଭଙ୍ଗା ଜାଡରେ ଥରୁଛି ସାରା ଓଡିଶା । ତେବେ ଗୁରୁବାରଠୁ ଥଣ୍ଡା କ୍ରମଶଃ କମିବ । ଗୁରୁବାର ରାତିରେ ଧୀରେ ଧୀରେ ପାରଦ ଉପରକୁ ଉଠିବ । ୨ ଦିନରେ ଭିତରେ ପ୍ରାୟ ସବୁଠି ୩ରୁ ୪ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇପାରେ । କିନ୍ତୁ ପୁଣି ୮ ତାରିଖବେଳକୁ ରାଜ୍ୟରେ ଶୀତ ପ୍ରକୋପ ବଢ଼ିବ ବୋଲି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ।


ଗତ ରବିବାର ରାତିରୁ ଶୀତ ପ୍ରକୋପ ଅସ୍ୱାଭାବିକ ବଢ଼ିଯାଇଛି । ମଙ୍ଗଳବାର ରାତିରେ ପାରଦ ସାମାନ୍ୟ ବଢ଼ିଥିଲା। ତଥାପି ୮ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ସେଲସିୟସ୍‌ରୁ କମ୍‌ ଥିଲା । ଫୁଲବାଣୀ ତାପମାତ୍ରା ୫ ଡିଗ୍ରୀ ଥିବାବେଳେ ଦାରିଙ୍ଗିବାଡ଼ି ୭, କେନ୍ଦୁଝର ୯, ଝାରସୁଗୁଡ଼ା ୯.୨, ଭବାନୀପାଟଣା ୯.୨, ବୌଦ୍ଧ ୯ ଡିଗ୍ରୀ, କୋରାପୁଟ ୯, ବଲାଙ୍ଗିର ୯.୪ ଡିଗ୍ରୀ ସୋନପୁର ଥିଲା । କିନ୍ତୁ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ବାଲେଶ୍ୱରରେ ୧୨.୩ ଡିଗ୍ରୀ, ଚାନ୍ଦବାଲିରେ ୧୨.୨, କଟକରେ ୧୨, ଭୁବନେଶ୍ୱରରେ ୧୩.୩ ଡିଗ୍ରୀ ରହିଥିଲା ।


ଗୁରୁବାର ସକାଳ ପର୍ଯ୍ୟନ୍ତ ଥଣ୍ଡା ଅଧିକ ରହିବ । ମାତ୍ର ରାତିରୁ ଧିରେଧିରେ ଥଣ୍ଡା କମିବ । ୬ ତାରିଖ ବେଳକୁ ଝାଡ଼ଖଣ୍ଡ ସୀମାବର୍ତ୍ତୀ ଉତ୍ତର-ପଶ୍ଚିମ ଓଡ଼ିଶାରେ ପାଗ ମେଘୁଆ ରହିବା ସହ କାଁ ଭାଁ ବର୍ଷା ହୋଇପାରେ । ବର୍ଷା ନେଇ ୫୦% ସମ୍ଭାବନା ଅଛି । ପରେ ୮ରୁ ପୁଣି ପାଗ ବଦଳିବ । ଶୀତ ପ୍ରକୋପ ବଢ଼ିବ । ଏବେ ଯେତିକି ତାପମାତ୍ରା ବଢ଼ିବ, ସେତେବେଳକୁ ପ୍ରାୟ ସେତିକି ଖସିପାରେ ବୋଲି ପାଣିପାଗ ବିଭାଗ କହିଛି ।


SOCIALNEWSODIA.INFO

Post a Comment

0 Comments