17.10.2022

Editor- Madhabananda swain

ଗ୍ରାମ ମଧ୍ୟକୁ ପକ୍କା ରାସ୍ତା ହୋଇଛି ସତ ହେଲେ ଶେଷ ମୁଣ୍ଡରେ ଜମି ରହୁଛି ପାଣି  ।  ଏହି ରାସ୍ତାରେ କୁନି କୁନି ଛାତ୍ର ଛାତ୍ରୀଠୁ ଆରମ୍ଭ କରି  ବୃଦ୍ଧ ବୃଦ୍ଧା ଏବଂ ଗର୍ଭବତୀ ମହିଳାମାନେ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଏ ଦୃଶ୍ୟଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବାଲିସାହିପାଟଣା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଦାଣ୍ଡ ଗଳିର !  ଜମି ରହୁଥିବା ପାଣି ସ୍ଥାନରେ ପଞ୍ଚାୟତ ପୋଖରିଟିଏ ଅଛି  ଏହି ପୋଖରୀ ମଧ୍ୟକୁ ଜଳ ନିଷ୍କାସନ ହେଉଥିଲା କିନ୍ତୁ କିଛି ବର୍ଷ ହେବ ପୋଖରୀର ନିଷ୍କାସନ ବାଟ ବନ୍ଦ ହୋଇପଡିଛି । ଯାହା ଫଳରେ ଏହି ରାସ୍ତାର ସମସ୍ତ ପାଣି ଏହିଠାରେ ଜମି ରହୁଛି ମଶା ଡାଆଁଶ ଠୁ ଆରମ୍ଭ କରି ହିଂସ୍ର ସରିସୃପ ଚଳପ୍ରଚଳ ହେଉଛନ୍ତି  । ବର୍ଷା ଅତ୍ୟାଧିକ ହେଲେ ଏଠାରେ ୪ଫୁଟ ଉଚ୍ଚାର ପାଣି ଜମି ରହେ । ଛୋଟ ଛୋଟ ଶିଶୁମାନେ ସ୍କୁଲ୍ ଅଙ୍ଗନୱାଡି ଯାଇପାରନ୍ତି ନାହିଁ । କିଛି ବୃଦ୍ଧ ବୃଦ୍ଧାମାନଙ୍କର ଗୋଡରେ ପାଣିକନ୍ଦା ପରି ହୋଇଗଲାଣି । ଏନେଇ ରାଜନଗର  ବିଧାୟକ ଓ   ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ ଫଳ ଶୂନ ତାହା ସହ  ରାଜନଗର ତହସିଦାରଙ୍କୁ ମଧ୍ୟ  ଲିଖିତ ଅଭିଯୋଗ  କରିଥିଲେ ତା ମଧ୍ୟ  ଫଳ ଶୂନ  ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ....





ଦେଖିବାକୁ ବାକି ରହିଲା ରାଜନଗର ପ୍ରସାଶନ ଏହି ରାସ୍ତାରେ ଜମି ରହୁଥିବା ପାଣି ପାଇଁ କେଉଁ ପଦକ୍ଷେପ ନେଉଛନ୍ତି