Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ପିସ୍ତଲ ଦେଖାଇ ଲୁଟ୍ ଘଟଣା, ଅଭିଯୁକ୍ତ ଗିରଫ- ମାଇକ୍ରୋ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟଙ୍କ ଠାରୁ ପିସ୍ତଲ ଦେଖାଇ ୬୩ ହଜାର ଟଙ୍କା ଲୁଟ୍‌ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ ଜବତ କଲା ପୋଲିସ ।
ବୁଲ୍ଲିବାଇ ଆପ୍ ମାମଲା- ବିବାଦୀୟ ବୁଲ୍ଲିବାଇ ଆପ୍ ମାମଲାରେ ଓଡ଼ିଶାରୁ ଆଉ ଜଣଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ, ପୂର୍ବରୁ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି ।
କେଉଁ ଜିଲ୍ଲାରେ କିଏ ଉଡ଼ାଇବେ ତ୍ରିରଙ୍ଗା- ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ୨୦ଜିଲ୍ଲାରେ ମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବେ, ଅନ୍ୟ ୧୨ ସ୍ଥାନରେ ତିନି ରାଜସ୍ବ ଆୟୁକ୍ତ ଏବଂ ୯ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବା କାର୍ଯ୍ୟକ୍ରମ ରହିଛି।
ନକଲି ମସଲା କାରଖାନା ଉପରେ ଚଢାଉ; ପୋଲିସ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନକଲି ମସଲା କାରଖାନା ଉପରେ ଚଢାଉ-ଜବତ ହେଲା ବିପୁଳ ପରିମାଣର ମସଲା, ହଳଦୀ ଗୁଣ୍ଡ, ଅପମିଶ୍ରିତ ଲଙ୍କାଗୁଣ୍ଡ ।
ବାହାରିଲା କୋଭିଡ୍‌ ଟୀକା ଏକ୍ସପ୍ରେସଭ୍ୟାନ୍; କୋଭିଡ୍ ଟୀକାକରଣ କୁ ଶତ ପ୍ରତିଶତ କରିବା ଉଦ୍ଦେଶ୍ୟରେ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ବାହାରିଲା ୧୨ଟି କୋଭିଡ୍ ଟୀକା ଏକ୍ସପ୍ରେସଭ୍ୟାନ୍ ।