Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଚନିଙ୍କ ଭଣଜାଙ୍କୁ ଗିରଫ କଲା ଇଡି; ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଭଣଜା ଭୁପେନ୍ଦ୍ର ସିଂ ହନିଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ।
୧୩ ଆତଙ୍କୀ ନିହତ, ୭ ସୈନ୍ୟ ମୃତ; ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ସୁରକ୍ଷା ବଳର ଦୁଇଟି କ୍ୟାମ୍ପ ଉପରେ ଆକ୍ରମଣ ହୋଇଛି- ଏଥିରେ ୧୩ ଆତଙ୍କବାଦୀ ଓ ୭ ସୈନ୍ୟ ନିହତ ହୋଇଥିବା ସୂଚନା ।
ମୃତ ଶିଶୁକୁ ଝୁଣି ଖାଇଲେ କୁକୁର; ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାହାରେ ଅଭାବନୀୟ ଦୃଶ୍ୟ, ବିଚ୍ ରାସ୍ତାରେ ଦୁଇ ଶିଶୁଙ୍କ ମୃତଦେହକୁ ଝୁଣି ଖାଇଲେ କୁକୁର ।
ଆଗୁଆ ଜାମିନ ଲୋଡ଼ିଲେ କେନ୍ଦ୍ରମନ୍ତ୍ରୀ; ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ, ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟାଳୟରେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।
ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ - ବାସଭବନ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ।