Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ଜୁନ୍ ୧୯ ଓ ୨୬ରେ ସମବାୟ ନିର୍ବାଚନ; ଆସନ୍ତା ଜୁନ୍ ୧୯ ଓ ୨୬ ତାରିଖରେ ୭୦୭୬ ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ - ରହିବ ନାହିଁ ଦଳୀୟ ଚିହ୍ନ,ସୂଚନା ଦେଲେ ରାଜ୍ୟ ସମବାୟ ନିର୍ବାଚନ କମିଶନର ସୁନ୍ଦରଲାଲ ସିଲ ।
ଜାତୀୟ ରାଜପଥ ପାଇଁ ୮୨୨,୬୨ କୋଟି ଟଙ୍କା ମଞ୍ଜୁର କଲା କେନ୍ଦ୍ର; ଓଡ଼ିଶା ଦେଇ ଯାଇଥିବା ୨୦ ନମ୍ବର ଏବଂ ୩୨୬ ନମ୍ବର ରାଜପଥର ସମ୍ପ୍ରସାରଣ ଏବଂ ସୁଦୃଢ଼ିକରଣ ନିମନ୍ତେ କେନ୍ଦ୍ର ସରକାର ୮୨୨.୬୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ରାଜ୍ୟସଭାରୁ ଅବସର ନେଲେ ୭୨ ସାଂସଦ; ପ୍ରଥମ ଥର ପାଇଁ ରାଜ୍ୟସଭାରୁ ଅବସର ନେଇଛନ୍ତି ୭୨ ସାଂସଦ, ଓଡ଼ିଶାରୁ ୩ ରାଜ୍ୟସଭା ସାଂସଦ ପ୍ରଶ୍ନ ଆଚାର୍ଯ୍ୟ, ଭାସ୍କର ରାଓ ଏବଂ ଶସ୍ମିତ ପାତ୍ରଙ୍କ କାର୍ଯ୍ୟକଳା ଶେଷ ହୋଇଛି ।
ଭଙ୍ଗାଯିବ ନାହିଁ ଚନ୍ଦ୍ରଶେଖରଙ୍କ ଘର; ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରାଙ୍କ ଘର ଭଙ୍ଗାଯିବ ନାହିଁ,ଗାନ୍ଧୀଜୀଙ୍କ ଦେଢ଼ଦିନ ରହଣି ଐତିହାସିକ ଗୁରୁତ୍ୱ ବହନ କରୁଛି - ତାକୁ ଅଧିଗ୍ରହଣ କରି ଏକ ସ୍ମାରକୀ ଭାବେ ବିକଶିତ କରାଯିବ ।
ଜିଏସ୍‌ଟି ସଂଗ୍ରହରେ ରେକର୍ଡ଼; ୨୦୨୨ ମାର୍ଚ୍ଚରେ ମୋଟ୍ ଜିଏସ୍‌ଟି ସଂଗ୍ରହର ସର୍ବକାଳୀନ ରେକର୍ଡ଼,ଗୋଟିଏ ମାସରେ ସଂଗୃହୀତ ହୋଇଛି ମୋଟ୍ ୧, ୪୨, ୦୯୫ କୋଟି ଟଙ୍କାର ଜିଏସ୍‌ଟି - ଏହାବାଦ ବିଭିନ୍ନ ଦ୍ରବ୍ୟରେ ଲାଗୁଥିବା ସେସରୁ ୯,୪୧୭ କୋଟି ଟଙ୍କା ଆଦାୟ କରାଯାଇଛି।