Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ: ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ଏହି ପ୍ରସ୍ତାବ ଉପରେ ଲାଗିଛି ମୋହର, ହାଇକୋର୍ଟଙ୍କ ଅନୁମୋଦନ ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ - ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା ।
ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନଙ୍କ ପରଲୋକ: ହୃଦ୍‌ଘାତ ଯୋଗୁଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୭୦ ବର୍ଷ ବୟସରେ ପରଲୋକ ଘଟିଛି, ଗତ ୨୦୧୯ ମସିହା ବିଧାନସଭା ନିର୍ବାଚନରେ ବିଜୟ ପ୍ରଧାନ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ।
ମଦୁଆ ବାପାର ଅମାନୁଷିକ କାଣ୍ଡ, ୩ ଛୁଆକୁ ମାରି କୂଅରେ ଫିଙ୍ଗିଦେଲା ବାପା - ମୃତ ୩ ଶିଶୁଙ୍କ ବୟସ ଯଥାକ୍ରମେ- ୫ ବର୍ଷ, ୨ ବର୍ଷ ଏବଂ ୨ମାସର ଶିଶୁକନ୍ୟା, ସେପଟେ ଏଭଳି ଅମାନୁଷିକ ଘଟଣା ଭିଆଇବା ପରେ ମଦ୍ୟପ ବାପା ଘଟଣାସ୍ଥଳରୁ ଫେରାର ମାରିଛି ।
୩ ମାସ ପାଇଁ ବନ୍ଦ୍ ରହିବ ଭିତରକନିକା: ବଉଳା କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ଭିତରକନିକା ଅଭୟାରଣ୍ୟ ୩ ମାସ ବନ୍ଦ୍ ରହିବ, ଏହି ୩ମାସ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଭିତରକନିକା ଭିତରକୁ ପ୍ରବେଶ କରିପାରିବେ ନାହିଁ ।
ପୁଣି ଆତ୍ମସମର୍ପଣ କଲେ ମାଓବାଦୀ: ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ଓ ସିଆରପିଏଫ୍ କମାଣ୍ଡାଣ୍ଟଙ୍କ ଉପସ୍ଥିତିରେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ଏରିଆ କମିଟିର ସିପିଆଇ ମାଓବାଦୀ ଲଖମାନ ଆପକାଙ୍କ ଆତ୍ମ ସମର୍ପଣ।