Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856
 “ସ୍ମାର୍ଟ୍ ଶିକ୍ଷକ” ତାଲିମ୍ ଶିବିର: ଗଞ୍ଜାମ ଜିଲ୍ଲାର ରୂପାନ୍ତରିତ ୫୦ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ “ସ୍ମାର୍ଟ୍ ଶିକ୍ଷକ” ତାଲିମ୍ ଶିବିର - ସ୍ମାର୍ଟ୍ କ୍ଲାସ୍ ରୁମରେ ଛାତ୍ର ଛାତ୍ରୀ ମାନଙ୍କୁ କିଭଳି ଶିକ୍ଷାଦାନ କରାଯିବ ସେ ସମ୍ପର୍କରେ ଶିକ୍ଷକମାନଙ୍କୁ କରାଯାଇଛି ତାଲିମ୍ ପ୍ରଦାନ।
ଅବସରପ୍ରାପ୍ତ କର୍ମଚାରୀ: ବିଶ୍ବବିଦ୍ୟାଳୟରେ ଖାଲି ଥିବା ଅଣଶିକ୍ଷକ ପଦରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି କରିପାରିବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ - ଅର୍ଥ ବିଭାଗର ଦେୟ ମୁତାବକ ପାରିଶ୍ରମିକ ମିଳିବ।
ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅନୁସଚିବ: ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅନୁସଚିବ ପୂର୍ଣ୍ଣଚନ୍ଦ୍ର ସାହୁ - କମ୍ପ୍ୟୁଟର୍ ବିଲ୍ ପାସ୍ କରାଇଦେବା ନାଁରେ ଏକ କମ୍ପ୍ୟୁଟର ଫାର୍ମ ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ।
ଓଡ଼ିଶାରେ ସ୍ୱାଇନ୍ ଫ୍ଲୁ ରୋଗ, ୨ ଆକ୍ରାନ୍ତ ଚିହ୍ନଟ: କରୋନା, ଟମାଟୋ ଫ୍ଲୁ ଡ଼ର ମଧ୍ୟରେ ରାଜ୍ୟରେ ଦେଖାଦେଇଛି ସ୍ୱାଇନ୍ ଫ୍ଲୁ ଆତଙ୍କ - ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଚିହ୍ନଟ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ଇଡିରେ ହାଜର ହେଲେ ପୂର୍ବତନ ବିଧାୟକ: ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ଲିଙ୍କ୍ ରେ ଇଡିରେ ହାଜର ହେଲେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ - ୨୦୧୪ ଅକ୍ଟୋବରରେ ଏହି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିଲେ ବିଧାୟକ ପ୍ରଭାତ ତ୍ରିପାଠୀ ।