20/04/2021
ନୂଆଦିଲ୍ଲୀ📌
EDITOR BY/- Srinibash Rout
କରୋନା ପଜିଟିଭ୍ କଂଗ୍ରେସର ପୂର୍ବତନ ସଭାପତି ତଥା ବର୍ତ୍ତମାନ ସାଂସଦ ରାହୁଲ ଗାନ୍ଧୀ (Rahul Gandhi)। ଏ ନେଇ ସାମାଜିକ ଗଣମାଧ୍ୟମ ଜରିଆରେ ମଙ୍ଗଳବାର (୨୦/୦୪/୨୦୨୧)ସୂଚନା ଦେଇଛନ୍ତି ରାହୁଲ ଗାନ୍ଧୀ (Rahul Gandhi)। ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ତୁରନ୍ତ ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଆପଣାଇବାକୁ ସେ ନିବେଦନ କରିଛନ୍ତି ।ରାହୁଲ ଗାନ୍ଧୀ (Rahul Gandhi) କହିଛନ୍ତି “ମୋ ଶରୀରରେ ସାମନ୍ୟ ଲକ୍ଷଣ ଦେଖାଯାଇଥିଲା । ଏହାପରେ ମୁଁ କରୋନା ଟେଷ୍ଟ କରାଇଥିଲି । ଏବେ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ନିକଟରେ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ଦୟା କରି ସୁରକ୍ଷା ପ୍ରୋଟକଲ ପାଳନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।”ରାହୁଲଙ୍କ ପୂର୍ବରୁ ସୋମବାର (୧୯/୦୪/୨୦୨୧) ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରୋନାରେ ଆକ୍ରାନ୍ତ ହୋଇଥିଲେ ।ମାସ୍ ବ୍ୟବହାର କରନ୍ତୁ ସାମାଜିକ ବା ଶାରୀରିକ ଦୂରତା ବଜାଇ ରଖନ୍ତୁ ନିୟମ କଡ଼ାକଡ଼ି ଭାବେ ପାଳନ କରନ୍ତୁ କହିଛନ୍ତି ରାହୁଲ ଗାନ୍ଧୀ । ଆମେ ରହିବା ସୁସ୍ଥ ସୁରକ୍ଷିତ ଆମ ପରିବାରକୁ ରଖିବା ସୁସ୍ଥ ସୁରକ୍ଷିତ ।
WWW. SOCIALNEWSODIA.INFO
0 Comments