ତାରିଖ/-୩୧-୧୦-୨୦୨୦
Editor by/- Srinibash Rout
କରୋନା ମହାମାରୀ ପାଇଁ ବିଭିନ୍ନ ଦେଶର ସରକାର ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି। ଏଥିପାଇଁ ଦୀର୍ଘ ଏକ ଦଶନ୍ଧିର ବ୍ୟବଧାନରେ ପ୍ରଥମ ଥର ପାଇଁ ବହୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁନା ବିକ୍ରି କରିଛନ୍ତି। କିନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସମୟରେ ସୁନା କିଣିଛି। ଚଳିତବର୍ଷ ଜୁଲାଇ-ସେପ୍ଟେମ୍ବର ଅବଧିରେ ରିଜର୍ଭ ବ୍ୟାଙ୍କ ୬.୮ ଟନ୍ ସୁନା କିଣିଛି। କେବଳ ସେତିକି ନୁହେଁ, ଚଳିତବର୍ଷ ମାର୍ଚ୍ଚରୁ ସେପ୍ଟେମ୍ବର ମଧ୍ୟରେ ରିଜର୍ଭ ବ୍ୟାଙ୍କ ପ୍ରାୟ ୩୦ ଟନ୍ ସୁନା କିଣିଛି। ବିଶ୍ବର ୬ଟି କେନ୍ଦ୍ରୀୟ ବ୍ୟାଙ୍କ ଚଳିତବର୍ଷର ତୃତୀୟ ତ୍ରୟମାସରେ ୧ ଟନ୍ ବା ଅଧିକ ପରିମାଣର ସୁନା କିଣିବାକୁ ସମର୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନ୍ୟତମ ବୋଲି ଜଣାଯାଇଛି। ଜୁଲାଇ-ସେପ୍ଟେମ୍ବର ଅବଧିରେ ବିଶ୍ବର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମୋଟ ୩୩ ଟନ ସୁନା କିଣିଥିବାବେଳେ ଭାରତର ଭାଗ ଏଥିରେ ୬.୮ ଟନ ରହିଛି। ଏହି ସମୟରେ ଅନ୍ୟ ଯେଉଁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ସୁନା କିଣିଛନ୍ତି ସେମାନଙ୍କ ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ, କତାର, କିର୍ଗିଜ୍ ଗଣତନ୍ତ୍ର, କାଜାଖସ୍ତାନ ଏବଂ କାମ୍ବୋଡ଼ିଆ ରହିଛନ୍ତି। ଅକ୍ଟୋବର ୯ ତାରିଖ ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ମୋଟ ମହଜୁଦ ଥିବା ସୁନା ପରିମାଣ ୬୭୦.୧ ଟନକୁ ବୃଦ୍ଧି ପାଇଛି। ଗତ ସାତ ମାସ ମଧ୍ୟରେ ରିଜର୍ଭ ବ୍ୟାଙ୍କ ପାଖାପାଖି ୩୦ ଟନ୍ ସୁନା ପର୍ଯ୍ୟାୟକ୍ରମେ କିଣିଛି। ୨୦୧୭ ମସିହାରୁ ରିଜର୍ଭ ବ୍ୟାଙ୍କ ପର୍ଯ୍ୟାୟକ୍ରମେ ସୁନା କିଣିବାରେ ଲାଗିଛି। ୨୦୧୯ରେ ରିଜର୍ଭ ବ୍ୟାଙ୍କ ୩୪.୫ ଟନ, ୨୦୧୮ରେ ୪୨.୫ ଟନ ଏବଂ ୨୦୧୭ରେ ୦.୩ ଟନ ସୁନା କିଣିଛି। ଏହା ପୂର୍ବରୁ ରିଜର୍ଭ ବ୍ୟାଙ୍କ ୨୦୦୯ ମସିହାରେ ୨୦୦ ଟନ ସୁନା କିଣିଥିଲା।
www.socialnewsodia.info


0 Comments