୫୫ ୟୁନିଟ ରକ୍ତ ସଂଗ୍ରହ
----------------------------------------------
ବସ୍ତା : ୧୫/୩ : ବସ୍ତା ବ୍ଲକ ସନ୍ତୋଷପୁର ଗ୍ରାମପଞ୍ଚାୟତସ୍ଥିତ ଧିତପୁରା ଗ୍ରାମରେ ମହାବୀର ନିୟୁ ୟୁଥ କ୍ଲବ ଏବଂ ଓଡିଶା ବ୍ଲଡ଼ ଡୋନର୍ସ ଆସୋସିଏସନ ଓ ବାଲେଶ୍ୱର ଜିଲ୍ଲା ରକ୍ତଦାତା ସଙ୍ଗଠନର ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ରକ୍ତ ଦାନ ଶିବିର କୁ ବସ୍ତା ଥାନା ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ନିର୍ମଳ ଚନ୍ଦ୍ର ଦାସ, ଅବସରପ୍ରାପ୍ତ ଫାର୍ମାସିଷ୍ଟ ତଥା କଳାକାର ବାଲେଶ୍ୱରର ସମ୍ପାଦକ ସୁରଞ୍ଜନ ଦାସ ମହାପାତ୍ର, ସରପଞ୍ଚ ଅନାମିକା ଦାସ ମହାପାତ୍ର, ବାଲେଶ୍ୱର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା, ଓଡିଶା ବ୍ଲଡ଼ ଡୋନର୍ସ ଆସୋସିଏସନର ସାଧାରଣ ସମ୍ପାଦକ ଗୋପାଳ ଚନ୍ଦ୍ର ସାହୁ, ଜଳେଶ୍ବର ବ୍ଲକ ସଂଯୋଜକ ଅଧ୍ୟାପକ ସତ୍ୟମୟ ଆଚର୍ଯ୍ୟ,ଓଡିଶା ବ୍ଲଡ଼ ଡନର ଆସୋସିଏସନ ବସ୍ତା ବ୍ଲକ ସଂଯୋଜକ ଶିକ୍ଷକ ଗଣେଶ ଚନ୍ଦ୍ର ଜେନା , ମହାବୀର ନିୟୁ ୟଥ କ୍ଲବର ସଭାପତି ରମେଶ ଚନ୍ଦ୍ର ଦାସ, ସମ୍ପାଦକ ଶୁଭ୍ରାଂଶୁ ଶେଖର ଦାସ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ସ୍ବେଚ୍ଛା ରକ୍ତଦାନର ଉପାଦେୟତା ଓ ମହତ୍ୱ ସମ୍ପର୍କରେ ସଚେତନ କରାଇଥିଲେ।
ଓଡିଶା ବ୍ଲଡ଼ ବ୍ୟାଙ୍କର ବ୍ଲଡ଼ ବ୍ୟାଙ୍କ ଅଫିସର ଡ଼ା. ମହେଶ କୁମାର ବିଶ୍ବାଳ, କାଉନ୍ସେଲର ସୁଚିସ୍ମିତା ଦାସ, ଲାବୋରେଟୋରୀ
ଟେକନିସିଆନ ଅକ୍ଷୟ କୁମାର ଜେନା, ସବନମ ଦାସ, ସହଯୋଗୀ ବିଦ୍ୟାଧର ସାହୁ, କ୍ଷୀରୋଦ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ୫୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମହାବୀର ଯୁବକ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ବାଲେଶ୍ୱର କଳାକାର ତରଫରୁ ଯକ୍ଷ୍ମା ସଚେତନତାର ଏକ ପଥପ୍ରାନ୍ତ ନାଟକ ଆୟୋଜିତ ହୋଇଥିଲା ।
କରୋନାକୁ ଆଖି ଆଗରେ ରଖି ସରକାରଙ୍କ ସମସ୍ତ ନିୟମକୁ ମାନି ରକ୍ତଦାନ ଶିବିରକୁ ସୁରୁଖୁରୁରେ ପରିଚାଳନା କରାଯାଇଥିଲା । ଶେଷରେ ଉପସଭାପତି ଦୀପକ କୁମାର ମାଝୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
0 Comments