26/04/2021


ଛତିଆ/ଯାଜପୁର📌



ଭାରତୀୟ ଅର୍ଥନୀତି ସେବାର ଅଧିକାରୀ ତଥା କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟର ସଚିବ ପଦରୁ ମାତ୍ର ବର୍ଷକ ତଳେ ଅବସର ଗ୍ରହଣ କରି ପୁନଶ୍ଚ ସେହି ମନ୍ତ୍ରଣାଳୟରେ ଅର୍ଥନୀତି ଉପଦେଷ୍ଟା ଭାବେ କାର୍ଯ୍ୟରତ ବଡ଼ଚଣାର ଅନ୍ୟତମ ସୁଯୋଗ୍ୟ ସନ୍ତାନ ତଥା ଛତିଆ ଗ୍ରାମ ନିବାସୀ ବିରଞ୍ଚି ନାରାୟଣ ନନ୍ଦଙ୍କର ରବିବାର (୨୫/୦୪/୨୦୨୧)  ୬୧ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ କିଛି ଦିନ ତଳେ Covid-19 ଆକ୍ରାନ୍ତ ହୋଇ ନୂଆଦିଲ୍ଲୀର ଆର୍ମୀ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଅବସ୍ଥାରେ ହିଁ ଏଭଳି ଅଘଟଣ ଘଟିଛି । ସ୍ବର୍ଗତ ନନ୍ଦ ଜଣେ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ ଓ ସଚ୍ଚୋଟ ତଥା ଦୂରଦର୍ଶୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ! ତାଙ୍କର ଅକାଳ ନିଧନରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପୂର୍ବକ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ଆମ SOCIAL NEWS ODIA ପରିବାର ତରଫରୁ ।




WWW.SOCIALNEWSODIA.INFO