24/June/2022
📌
BY: SRINIBASH ROUT
ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକ ପରିସରରେ ମଧ୍ୟାହ୍ନ ସମୟରେ ସ୍ଥାନୀୟ ହରିପୁର ପଞ୍ଚାୟତର ନବନିର୍ବାଚିତ ଜନପ୍ରତିନିଧି ତଥା ସରପଞ୍ଚ, ୱାର୍ଡ଼ ସଭ୍ୟ ସଭ୍ୟା ଓ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଘଟଣାରୁ ଜଣାପଡ଼ିଛି ଯେ ସରପଞ୍ଚ ଗୀତାଞ୍ଜଳି ବେହେରା, ପୂର୍ବତନ ସରପଞ୍ଚ ବଳଭଦ୍ର ବଳବନ୍ତରାୟ, ୱାର୍ଡ଼ ମେମ୍ବର କୃଷ୍ଣ ବଳବନ୍ତରାୟ, ଅନ୍ୟାନ୍ୟ ୱାର୍ଡ଼ ସଭ୍ୟସଭ୍ୟା ଓ ଶତାଧିକ ପଞ୍ଚାୟତ ବାସୀ ବ୍ଲକ୍ ମଧ୍ୟକୁ ଆସି ହରିପୁର ପଞ୍ଚାୟତର କାର୍ଯ୍ୟକ୍ରମକୁ ଅଣଦେଖା କରାଯାଉଛି ବୋଲି ବ୍ଲକର ପ୍ରଶାସନିକ ଅଧିକାରୀଙ୍କୁ ଦାୟୀ କରିଛନ୍ତି ।ଅନ୍ୟପକ୍ଷରେ ବ୍ଲକ୍ ପ୍ରଶାସନିକ ଅଧିକାରୀଙ୍କ ତରଫରୁ ଉକ୍ତ ପଞ୍ଚାୟତର ଜନପ୍ରତିନିଧିଙ୍କ ଉନ୍ନତିମୂଳକ କାର୍ଯ୍ୟରେ ସହଯୋଗ କରୁନାହାନ୍ତି ବୋଲି ଅଭିଯୋଗ ରହିଛି ।ବ୍ଲକ୍ ପ୍ରଶାସନିକ ଅଧିକାରୀ ଓ ଏହି ପଞ୍ଚାୟତ ଜନପ୍ରତିନିଧିମାନଙ୍କ ମଧ୍ୟରେ ତାଳମେଳର ଅଭାବ ରହିଲେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଫଳ ରୂପାୟନ କେତେ ଦୂର ସମ୍ଭବ ତାହା କେବଳ ଆଗାମୀ ଭବିଷ୍ୟତ କହିପାରିବ ?
https://socialnewsodiaofficial.blogspot.com


0 Comments