30-NOVEMBER-2021
🌐
BY: SRINIBASH ROUT
ଡ଼ିସେମ୍ବର ୧ରୁ ନନ୍ଦନକାନନରେ ଭୋଜି ଭାତ ପାଇଁ ଅନୁମତି ମିଳିଛି ।ଆଗକୁ ନୂଆ ବର୍ଷ ଆସୁଥିବାରୁ ଭୋଜି ପାଇଁ ଅନୁମତି ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।ବଟାନିକାଲ ଗାର୍ଡେନରେ ହୋଇପାରିବ ଭୋଜିଭାତ। ବଟାନିକାଲ ଗାର୍ଡେନ ରେ ଥିବା ବଣଭୋଜି ପିଣ୍ଡି, ଭୋଜି କୁଟୀର ଓ ସ୍ୱତନ୍ତ୍ର ଭୋଜି ଗୃହ ପାଇଁ ଅନଲାଇନ୍ ବୁକିଂ କରିବାକୁ ହେବ ।ମୋଟ୍ ୬୪ଟି ଖୋଲା ପିଣ୍ଡିରୁ ଛୋଟ ୫ଟି ପିଣ୍ଡିର ଟିକେଟ୍ ମୂଲ୍ୟ ୩ଶହଟଙ୍କା, ୫୯ଟି ବଡ଼ ପିଣ୍ଡିର ଟିକେଟ ମୂଲ୍ୟ ୫୫୦ଟଙ୍କା ରହିଛି ।୮ଟି ପିକନିକ୍ ସେଡ଼ ବା ରୋଷଶାଳାର ମୂଲ୍ୟ ୧୧ଶହ ଟଙ୍କା ରହିଛି ।
ସେହିପରି ଜୟଦେବ ବାଟିକାରେ ମଧ୍ୟ ବଣଭୋଜି ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ ।୩୦ଟି ସ୍ୱତନ୍ତ୍ର ଟିଣ, ଚାଳ ଛପର ପିଣ୍ଡି ରହିଛି ଏବଂ ଜଙ୍ଗଲ ଭିତରେ ଭୋଜି ପାଇଁ ସମସ୍ତ ଆନୁସାଙ୍ଗିକ ସୁବିଧା ଥିବା ୧୩୦ଟି ସ୍ଥାନ ଚିହ୍ନଟ ହୋଇଛି । ସ୍ୱତନ୍ତ୍ର ପିଣ୍ଡିରେ ଭୋଜି କରିବା ପାଇଁ ପର୍ଯ୍ୟଟକଙ୍କୁ ୧୮ଶହ ଟଙ୍କା ଦେବାକୁ ପଡ଼ୁଥିବାବେଳେ ଜଙ୍ଗଲ ଭିତରେ ଚିହ୍ନଟ ହୋଇଥିବା ସ୍ଥାନରେ ଭୋଜି ପାଇଁ ୮ଶହ ଟଙ୍କା ଲେଖାଏଁ ରହିଛି ।ନନ୍ଦନକାନନର ଅଫିସିଆଲ୍ ୱେବସାଇଟକୁ ଯାଇ ବୁକିଂ କରିବେ ପର୍ଯ୍ୟଟକ ।ତେବ ଭୋଜିଭାତ ସମୟରେ କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ କଡା ନିର୍ଦ୍ଦେଶ ରହିଛି ।
www.socialnewsodiaofficial.blogspot.com

0 Comments