02/01/2020
ପୁରୀ 📍
Editor by/- Srinibash Rout
ଜମି ମାଫିଆଙ୍କ ହାତ ଏତେ ଲମ୍ବା ଯେ ୫ଥର ତଦନ୍ତ ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସମୁଦ୍ରକୂଳକୁ ଲାଗି ରହିଥିବା ପ୍ରାୟ ୧୦୦କୋଟି ଟଙ୍କା ମୂଲ୍ୟର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅମୃତମଣୋହି ସମ୍ପତ୍ତିକୁ ମାଡି ବସିଛନ୍ତି କେତେକ ହୋଟେଲ ମାଲିକ ଏବଂ ପ୍ରଭାବଶାଳୀ ବ୍ୟକ୍ତି।
ଏ କ୍ଷେତ୍ରରେ କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ ଏବଂ ପୁଲିସର ନିରବତା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ପୁରୀ ଜିଲାପାଳ ଏବଂ ତହସିଲଦାରଙ୍କ ଲିଖିତ ଅଭିଯୋଗକୁ ବିଭାଗୀୟ ଅଧିକାରୀ ଚପାଇ ରଖିଛନ୍ତି।
ଜାଲିଆତି କରି କେତେକ ବ୍ୟକ୍ତି ସ୍ବର୍ଗଦ୍ବାର ଶ୍ମଶାନର ମୂଲ୍ୟବାନ ଜମି କବ୍ଜା କରିଥିବା ଜଣାପଡିଛି। ଏଥିଯୋଗୁଁ ସ୍ବର୍ଗଦ୍ବାର ଶ୍ମଶାନ ସଂକୁଚିତ ହେବାସହ ଶବସତ୍କାର ପାଇଁ ସ୍ଥାନାଭାବ ଦେଖା ଦେଇଛି। ସାବକ ରେକର୍ଡରେ ଥିବା ୧୬ଏକର ୪୦୦ ଡେସିମିଲ ଜମି ମଧ୍ୟରୁ ମାତ୍ର ୪୬୪ ଡେସିମିଲ ସ୍ବର୍ଗଦ୍ବାର ଶ୍ମଶାନ ନାମରେ ରେକର୍ଡ କରାଯାଇଛି। ଶ୍ମଶାନ ଜମି ପୁନରୁଦ୍ଧାର ଦୀର୍ଘ ୯ବର୍ଷ ଧରି କେବଳ କାଗଜପତ୍ରରେ ସୀମିତ ହୋଇ ରହିଯାଇଛି। ଜମି ଜାଲିଆତିକୁ ସୁରକ୍ଷା ଦେବାପାଇଁ ଉଦ୍ଦେଶ୍ୟମୂଳକ ଭାବେ ବାରମ୍ବାର ତଦନ୍ତ ନିର୍ଦେଶ ଦିଆଯାଉଛି। ତହସିଲଦାର, ଅତିରିକ୍ତ ଉପଜିଲାପାଳ ଏବଂ ଜିଲାପାଳଙ୍କ ତଦନ୍ତ ରିପୋର୍ଟକୁ କେତେକ ବରିଷ୍ଠ ଅଧିକାରୀ ମାଡ଼ି ବସିଛନ୍ତି।
WWW.SOCIALNEWSODIA.INFO
0 Comments