Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପ୍ରାକ୍‍ ଟିକା କରଣ ଅଭ୍ୟାସ ଆରମ୍ଭ; ୩୦ଟି ଜିଲା ମୁଖ୍ୟ ଡାକ୍ତରଖାନା ।

 


02/01/2021



Editor by/- Srinibash the

ରାଜ୍ୟରେ ୩୧ଟି ପଏଣ୍ଟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଡମି ଟିକା ଦିଆଯିବ। ଡ୍ରାଏ ରନରୁ ଆରମ୍ଭ କରି ଟିକା ଆସିଲେ କିପରି କୋଲ୍ଡ ଚେନର ବ୍ୟବହାର ହେବ ସେନେଇ ରାଜ୍ୟରେ ପ୍ରସ୍ତୁତି ହୋଇଛି। ପ୍ରତି ପଏଣ୍ଟରେ ୫ ଜଣ ଭ୍ୟାକ୍ସିନେଟର ରହିବା ସହ ୨୫ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ଡମି ଟିକାକରଣ କରାଯିବ। ଏହି ମକଡ୍ରିଲ ପାଇଁ ୩ଟି କକ୍ଷ ରହିବ। ଟିକା ନେବାକୁ ଆସୁଥିବା ବ୍ୟକ୍ତିଙ୍କର ପ୍ରଥମେ ରେଜିଷ୍ଟ୍ରେସନ ଓ ପରିଚୟ ଯାଞ୍ଚ କରାଯିବ। ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୱେଟିଂ କକ୍ଷକୁ ନିଆଯାଇ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଭ୍ୟାକ୍ସିନେସନ କକ୍ଷକୁ ପଠାଯିବ। ଟିକାକରଣ ପରେ ଅବଜରଭେସନ କକ୍ଷରେ ଉକ୍ତ ବ୍ୟକ୍ତିଙ୍କୁ ୩୦ ମିନିଟ ପର୍ଯ୍ୟନ୍ତ ରଖାଯିବ, ୨ ଜଣ ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କ ଉପରେ ନଜର ରଖିବେ। ଯଦି କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କୁ ଖବର ଦେବା ସହ ତାଙ୍କର ଚିକିତ୍ସା କରାଯିବ।


ସେହିପରି କ୍ୟାପିଟାଲ ହସ୍ପିଟାଲରେ କୋଭିଡ -୧୯ ଭ୍ୟାକ୍ସିନେସନ ସେଣ୍ଟର ଉଦଘାଟିତ ହୋଇ ସାରିଛି। ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏହାକୁ ଉଦଘାଟନ କରିଛନ୍ତି।


WWW.SOCIALNEWSODIA.INFO

Post a Comment

0 Comments