୦୬/୦୧/୨୦୨୧
କଟକ 📍
Chief Reporte & Editor/- Srinibash Rout
କଟକ ନକଲି ମାଲ ର ହବ ପାଲଟିଛି। ଲଗାତର ଭାବେ କଟକରେ ବିଭିନ୍ନ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀର କାରଖାନା ଠାବ ହେଉଛି । ଭେଜାଲ ତେଲ, ଘିଅ, ସସ୍, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ମୋବିଲ , ପନିର ଠାବ ପରେ ଏବେ ଭେଜାଲ ଅପମିଶ୍ରିତ ଚା' ପତି କାରଖାନା ଠାବ ।
ବୁଧବାର (୦୬/୦୧/୨୦୨୧) ସକାଳୁ ସକାଳୁ କଟକ ସଦର ପୋଲିସ କୈାଣସି ସୂତ୍ରରୁ ଖବର ପାଇ କଟକ ସହରର ମୁକାମେଶ୍ବର ଗାଁରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବିପୁଳ ପରିମାଣର ବିଭିନ୍ନ ନାମୀ ଦାମୀ କମ୍ପାନୀର ଜରି ଲେବଲ ଓ ୪୫ କ୍ବିଣ୍ଟାଲରୁ ଅଧିକ ଭେଜାଲ ଚା' ପତି ଜବତ କରାଯାଇଥିବା ସୂଚନା ଥିବାବେଳେ କାରଖାନାର ଅଧିକ ତଥ୍ୟ ଜାଣିବା ପାଇଁ ପୋଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି ।
WWW.SOCIALNEWSODIA.INFO
0 Comments