04/01/2021


ଭୁବନେଶ୍ବର 📍


Editor by/- Srinibash the

ଦିନକୁ ହାରାହାରି ୧୦ଟି ମୋବାଇଲ୍‌ ଫୋନ୍‌ ଚୋରି କରୁଥିଲେ। ମାତ୍ର ୧୫ ଦିନ ମଧ୍ୟରେ ରାଜଧାନୀରୁ ୧୦୩ଟି ଫୋନ୍‌ ଚୋରି କରିଥିଲେ। ଏଭଳି ଏକ ମୋବାଇଲ୍‌ ଫୋନ୍‌ ଚୋର ଗ୍ୟାଙ୍ଗ୍‌କୁ ଲକ୍ଷ୍ମୀସାଗର  ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। 


ରାଜଧାନୀର ବିଭିନ୍ନ ଅଞ୍ଚଳରେ ମୋବାଇଲ୍‌ ଫୋନ୍ ଚୋରି କରୁଥିବା ଏହି ଗ୍ୟାଙ୍ଗ୍‌ ଝାଡ଼ଖଣ୍ଡର ବୋଲି ଜଣାପଡ଼ିଛି। ଏହି  ଗ୍ୟାଙ୍ଗ୍‌ର ୩ ଜଣ  ହେଲେ ସାହେବଗଞ୍ଜ  ଜିଲ୍ଲାର ଦୀପକ କୁମାର, କାଞ୍ଚନ ନୁନିଆ ଓ ଅଙ୍କିତ କୁମାର ପାୱସର।  ଗତ ଡିସେମ୍ବର ୩୧ରେ ପ୍ରଖର ଗୋଏଙ୍କାଙ୍କ ମୋବାଇଲ୍‌ ଫୋନ୍ ଚୋରି  ଗ୍ୟାଙ୍ଗ୍‌ ପାଇଁ କାଳ ହୋଇଥିଲା। ଏକ ମଦ ଦୋକାନ ନିକଟରୁ ମୋବାଇଲ୍‌ ଫୋନ୍ ଚୋରି କରିବାବେଳେ ସେମାନଙ୍କୁ ସିସିଟିଭି ଫୁଟେଜ୍‌ରୁ ଚିହ୍ନଟ କରାଯାଇଥିଲା।


WWW.SOCIALNEWSODIA.INFO