Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପାଣିପାଗ କନକ୍ଲେଭ୍ ଉଦଘାଟନ କରିବେ

  


04/01/2021


ନୂଆଦିଲ୍ଲୀ 📍


Editor by/- Srinibash Rout

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ( ୦୪/୦୧/୨୦୨୧ )  ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଜାତୀୟ ପାଣିପାଗ କନ୍‍କ୍ଳେଭରେ ଉଦ୍‍ଘାଟନ କରିବେ। ଏହି ଅବସରରେ ସେ ଜାତୀୟ ଆଟମିକ ଟାଇମ ସ୍କେଲ୍‍ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ଅନୁଷ୍ଠାନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହାଛଡ଼ା ପ୍ରଧାନମନ୍ତ୍ରୀ ଜାତୀୟ ପରିବେଶ ମାନକ ଗବେଷଣାଗାରର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହି ସମାରୋହରେ ଯୋଗଦେବେ।


ନ୍ୟାସନାଲ୍‍ ଆଟମିକ ଟାଇମ ସ୍କେଲ୍‍ ଭାରତୀୟ ଷ୍ଟାଣ୍ଡାର୍ଡ ଟାଇମ୍‍କୁ ୨ ଦଶମିକ ୮ ନାନୋ ସେକେଣ୍ଡ୍‍ ପର୍ଯ୍ୟନ୍ତ ଠିକ ଭାବେ ଦର୍ଶାଇବ। ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ସଂସ୍ଥା ବିଭିନ୍ନ ଗବେଷଣାଗାରରେ ହେଉଥିବା ପରୀକ୍ଷା ଏବଂ ବ୍ୟବହୃତ ଯନ୍ତ୍ରାଂଶର ଗୁଣାତ୍ମକ ମାନକକୁ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ପ୍ରସ୍ତୁତ କରିବାରେ ସହାୟତା କରିବ। ନୂଆଦିଲ୍ଲୀସ୍ଥିତ ସି.ଏସ୍‍.ଆଇ.ଆର୍‍.-ଏନ୍‍.ପି.ଏଲ୍‍ ସଂସ୍ଥାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି କନକ୍ଲେଭର ଆୟୋଜନ କରାଯାଇଛି। ଚଳିତବର୍ଷର ଶୀର୍ଷକ ହେଉଛି “ଜାତୀୟ ସାମଗ୍ରିକ ଅଭିବୃଦ୍ଧିରେ ପାଣିପାଗର ଭୂମିକା”।


WWW.SOCIALNEWSODIA.INFO

Post a Comment

0 Comments