Advertisement

ଏହି ଚ୍ୟାନେଲଟି ଭାରତ ସରକାରଙ୍କ ଉଦ୍ୟମ ଆଧାର ପଞ୍ଜିକୃତ ହୋଇଛି - UDYAM-OD-17-0002856

ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗିଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଧାଫାଶ;ମୁଖ୍ୟ ଅଭିଯୁକ୍ତ ଗିରଫ ( ତଦନ୍ତ ଚାଲିଛି ଗ୍ରାମାଞ୍ଚଳ S.P. କଟକ )

 


୦୬/୦୧/୨୦୨୧


କଟକ/ମାହାଙ୍ଗା 📍


Chief Reporte & Editor/- Srinibash Rout

ସୋମବାର ( ୦୪/୦୧/୨୦୨୦ ) ବିଳମ୍ବିତ ରାତିରେ ୫ ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ସେଥିରେ ମୂଖ୍ୟ ଅଭିଯୁକ୍ତ କୁହାଯାଉଥିବା ପଞ୍ଚାନନ ସେଠୀ (୨୮) ପିତା ଧ୍ରୁବ ଚରଣ ସେଠୀ ଙ୍କୁ ମଙ୍ଗଳବାର ( ୦୫/୦୧/୨୦୨୧ ) କଟକ ଅତିରିକ୍ତ ଏସପି ଙ୍କ ତତ୍ବାବଧାନରେ ଘଟଣା ସ୍ଥଳକୁ ଯାଇ ମକ୍ ଡ୍ରିଲ କରି ହତ୍ୟାକାଣ୍ଡ ଘଟାଇଥିବା ଖଣ୍ଡା ଟିକୁ ପୋଲିସ କୁ ଦେଖାଇଥିଲା ଓ ପୋଲିସ ସେହି ଖଣ୍ଡା ଟିକୁ ଜବତ୍ କରିଛି। 

ଏଥିସହ 4ଟି ମୋବାଇଲି, ଗୋଟିଏ ହିରୋ ବାଇକ। ଅଭିଯୁକ୍ତ ମାନେ ହେଲେ ପଞ୍ଚାନନ ସେଠୀ ମୁଖ୍ୟ ଅଭିଯୁକ୍ତ ହୋଇଥିଲା ବେଳେ ଅନ୍ୟ ଅଭିଯୁକ୍ତ ମାନେ ହେଲେ ଅରବିନ୍ଦ ଖଟୁଆ, ଖିତିଶ ଆଚାର୍ଯ୍ୟ ଓ ଲଳିତ ମୋହନ ବରାଳ। 

ମାହାଙ୍ଗା ପୋଲିସ ଷ୍ଟେସନ କେଶ ନଂ 05/2021। କେଶ ନଂ 147/148/120ବି/302/149IPC/25/27 ରଜୁ କରାଯାଇଛି ଗ୍ରାମଞ୍ଚଳ ଏସ ପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । 

ମଙ୍ଗଳବାର ଅପରାହ୍ନରେ କଟକ ଗ୍ରାମାଞ୍ଚଳ ଏସପି ମାହାଙ୍ଗା ଥାନା ରେ ଏକ ପ୍ରେସ ମିଟ୍ ରେ ଏହାର ଖୋଲାସା କରିବା ସହିତ ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରାଯିବ ବୋଲି କହିଥିଲେ। କେଉଁ କାରଣରୁ ହତ୍ୟାକାଣ୍ଡ ହୋଇଥିଲା ବୋଲି ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତ୍ତର ରେ ଏସପି କହିଲେ ତଦନ୍ତ ଚାଲିଛି ପରେ ସୂଚନା ଦିଆଯିବ।

Bt-B Jugal Kishorr, SP Cutback Rural


WWW.SOCIALNEWSODIA.INFO

Post a Comment

0 Comments